Odisha Link
Bridging the Missing Links in Odisha

ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ, ସଚିବାଳୟ ଘେରିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ବ୍ରିଟିଶ ଶାସନ । ସରକାର ଚାଷୀଙ୍କ ପାଇଁ କିଛି ନକରି ଓଲଟା ସରକାରୀ ଭାବେ ପୋଲିସ ଗୁଣ୍ଡାକୁ ଲଗାଇ ଚାଷୀଙ୍କ ମୁହଁ ବନ୍ଦ କରିବାକୁ ହୀନ ପ୍ରୟାସ କରିଛି । ଚାଷୀ ତାର ସମସ୍ୟାକୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ଅଗଣତାନ୍ତ୍ରିକ ଭାବେ ବିରୋଧ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରାଜ୍ୟସରକାରଙ୍କ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ନଭେମ୍ବର ୧୪ ତାରିଖରୁୁ ୪୩୮୧ ମଣ୍ଡି ଖୋଲିବା ନେଇ ଘୋଷଣା ପରେ ଏବେ ସୁଦ୍ଧା ହାତଗଣତି କିଛି ଜାଗାକୁ ଛାଡି ମଣ୍ଡି କୋଉଠି ବି ଖୋଲିଲା ନାହିଁ । ରାଜ୍ୟସରକାର ବିଭିନ୍ନ ଆଳ ଦେଖାଇ ଧାନମଣ୍ଡି ଖୋଲିବାରେ ବିଳମ୍ବ କରିଚାଲିଛନ୍ତି । ଚାଷୀ ପରିବାର ହତାଶ ହୋଇ ନିଜ ଧାନକୁ ଶାଗ ମାଛ ଦରରେ ଦଲାଲକୁ ବିକିବାକୁ ବାଧ୍ୟ ହୋଇଛି । ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାବେଳେ ରାଜ୍ୟସରକାର ଚାଷୀ ପ୍ରସଙ୍ଗକୁ ଗୁରୁତ୍ୱ ନଦେଇ ଭୋଟବ୍ୟାଙ୍କ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କିଛି ଦିନ ପୂର୍ବରୁ ମଣ୍ଡି ଅବ୍ୟବସ୍ଥାର ପ୍ରମାଣ ଦେଖାଇଲେ ରାଜନୀତି ଛାଡିବା କଥା କହିଥିଲେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱୀକାର କରି ଆଜି ତଥ୍ୟ ପ୍ରମାଣ ସହ ଚାଷୀ ସଚିବାଳୟକୁ ଯାଇଥିଲେ । ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଛ କହୁଛନ୍ତି ଏବଂ ମଣ୍ଡିମାନଙ୍କର ବ୍ୟାପକ ଅବ୍ୟବସ୍ଥା ଥିବାର ପ୍ରମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ଶହ ଶହ ଚାଷୀ । କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀକୁ ରାଜ୍ୟସରକାର ଅଣଦେଖା କରିବା ଏବଂ ପୋଲିସ ଲଗାଇ ଆକ୍ରମଣ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅବ୍ୟବସ୍ଥା ସଂପର୍କରେ ଜଣାଇବା ପାଇଁ ଆଜି ଚାଷୀ ନିୟମାନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ପୋଲିସକୁ ଲଗାଇ ମାଡ ମରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମସ୍ତ ଜିଲ୍ଲାରୁ ଚାଷୀ ଆଜି ସଚିବାଳୟ ପାସ୍ ପାଇଁ ଅଭ୍ୟର୍ଥନା କକ୍ଷ ପାଖରେ ଛିଡା ହୋଇଥିବା ସମୟରେ ଶାସକ ଦଳର ନିଦେ୍ର୍ଦଶରେ ପୋଲିସ ନିରୀହ ଚାଷୀମାନଙ୍କ ଉପରେ ବଳ ପ୍ରୟୋଗ କରିଥିଲା ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମଣ୍ଡିରେ ଚାଷୀ ତାର ଧାନକୁ ବିକ୍ରି କରିପାରୁନାହିଁ । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦି୍ରକାରେ ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକି୍ର କରୁଛନ୍ତି । ଅନ୍ୟପଟେ ଏଫଏକୁ୍ୟ ଆଳ ଦେଖାଇ କ୍ୱୁଂଟାଲ ପିଛା ୪/୫ କିଲୋରୁ ଧାନ କଟାଯାଉଛି । ଧାନର ଅଭାବୀ ବିକ୍ରି ଏବଂ ମଣ୍ଡି ନଖୋଲିବା ପ୍ରସଙ୍ଗରେ ବିଜେପି ବାରମ୍ବାର ତଥ୍ୟ ପ୍ରମାଣ ଉପସ୍ଥାପନ କରୁଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି । ଭୁବନେଶ୍ୱର ଆଖପାଖ ଅଂଚଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ । କଂଟାବାଡ, ବାଲିପାଟଣା, ଖୋର୍ଦ୍ଧା, ବାଣପୁର ଆଦି ଅଂଚଳରେ ମଣ୍ଡି ଖୋଲିନାହିଁ । ସେହିପରି ବ୍ରହ୍ମଗିରିର କୃଷ୍ଣ ପ୍ରସାଦ ବ୍ଲକରେ ଗୋଟିଏ ବି ମଣ୍ଡି ଖୋଲି ନାହିଁ ।

ରାଜ୍ୟସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଓ ଚାଷୀ ଶୋଷଣ କାରଣରୁ ସାରା ରାଜ୍ୟରେ ଧାନଚାଷୀ ମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇ ମୋଦୀ ସରକାର କୁଇଟାଂଲ ପ୍ରତି ୧୭୫୦ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । ବିଜେଡି ସାସଂଦ ପ୍ରଶନ୍ନ ଆର୍ଚାଯ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଧାନର ସବୁଠୁ ଅଧିକ ଅଭାବି ବିକ୍ରି କରାଯାଉଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀ ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ସାଧାରଣ ସଂପାଦକ ସମୀର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.