Odisha Link
Bridging the Missing Links in Odisha

କୃଷି ଓଡ଼ିଶା: ଉଦ୍ୟାନକୃଷି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଚାଷୀ ପୁରସ୍କୃତ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନକୁ ପ୍ରାଥମିକତା ଦିଆଯାଉଛି। 5 ବର୍ଷ ମଧ୍ୟରେ 10 ଲକ୍ଷ ହେକଫର ଜମିରେ ଜଳସେଚନର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ 8 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ଅପ୍ରେଲ ସୁଦ୍ଧା ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳସଂପଦ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

୧୭ ତାରିଖ ସଂଧ୍ୟାରେ କୃଷି ଓଡ଼ିଶାର ତୃତୀୟ ଦିବସ ସମାରୋହ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ବିଗତ ଦଶନ୍ଧିରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଯୋଗୁଁ କୃଷି କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିଛିା ଆମ ଚାଷୀଭାଇମାନଙ୍କ କଠିନ ପରିଶ୍ରମ ଯୋଗୁଁ ଓଡ଼ିଶା 5 ଥର ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ “କୃଷି କର୍ମଣ’ ପୁରସ୍କାର ଲାଭ କରିପାରିଛିା ତେବେ କୃଷକମାନଙ୍କୁ ଆହୁରି ଅଧିକ ନୂତନ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ପଦ୍ଧତି ଆପଣାଇ କୃଷି କାର୍ଯ୍ୟ କରିବାର ଆବଶ୍ୟକତା ରହିଛିା ଓଡ଼ିଶାର କୃଷି କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ସହିତ ପୋଷଣୀୟ ଅଭିବୃଦ୍ଧି ହାସଲ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଚାଷ ଆମର ଆର୍ଥିକ ମେରୁଦଣ୍ଡ ହୋଇଥିବା ବେଳେ ରାଜ୍ୟ ସରକାର କୃଷି ଓ କୃଷକ ସମେତ ସମାଜର ସବୁବର୍ଗର କଲ୍ୟାଣ ନିମନ୍ତେ 22ରୁ ଅଧିକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତିା ସଦ୍ୟତମ “କାଳିଆ’ ଯୋଜନା ଚାଷୀମାନଙ୍କ ଭିତରେ ବିଶେଷ ଉତ୍ସାହ ଭରି ଦେଇଥିବାର ପରିଲକ୍ଷିତ ହୋଇଛିା କୃଷି ଓଡ଼ିଶା ଆୟୋଜନ ମାଧ୍ୟମରେ ଘରେ ଘରେ “କାଳିଆ’ ଯୋଜନାର ବାର୍ତ୍ତା ପହଞ୍ଚାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କୃଷକମାନେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିପାରିଛନ୍ତି ବୋଲି କହିଥିଲୋ ସେ କହିଲେ ଯେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ସୁଦପଯୋଗ କରି ଚାଷୀମାନେ କୃଷିର ଉନ୍ନତି ପାଇଁ ଚେଷ୍ଟା କଲେ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆସିପାରିବ।

ଓଡ଼ିଶାରେ ଉପଲବ୍ଧ ହେଉଥିବା ଜଳକୁ କିପରି ଅଧିକ ଫସଲ ଉତ୍ପାଦନ ନିମନ୍ତେ ବ୍ୟବହାର କରିହେବ ସେଥି ନିମନ୍ତେ କୃଷି ବୈଜ୍ଞାନିକମାନେ ଅଧିକ ଗବେଷଣା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲ।

ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ସଭାରେ ପୌରୋହିତ୍ୟ କରି କହିଲେ ଯେ “କାଳିଆ’ ଯୋଜନା ଚାଷୀମାନଙ୍କ ପାଇଁ ଅନେକ ଆଶା ଓ ସମ୍ଭାବନା ସୃଷ୍ଟି କରିଛି। ଏହି ଯୋଜନାରେ 92 ଭାଗରୁ ଅଧିକ ଚାଷୀ ସିଧାସଳଖ ଉପକୃତ ହେବୋ କୃଷି ଉତ୍ପାଦନ ବୃଦ୍ଧି କରିବାରେ ଓଡ଼ିଶାର କୃଷକମାନଙ୍କର ସମସ୍ତ କ୍ଷମତା ରହିଛି ଏବଂ ଏହି କ୍ଷମତାକୁ ଉପଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। କୃଷକମାନେ କୃଷି ଅଧିକାରୀମାନଙ୍କ ସହାୟତା ଓ ପରାମର୍ଶ ନେଇ ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଥିଲ।

ଏହି ଅବସରରେ ଉଦ୍ୟାନକୃଷି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା କୃଷକମାନଙ୍କୁ 10 ହଜାର ଟଙ୍କାର ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରାଣୀପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲ।

Comments are closed.