Odisha Link
Bridging the Missing Links in Odisha

ବିଜେଡି ସମାବେଶରେ ବସିବାକୁ ଠା’ ପାଇଲେନି ରଣପୁର ବିଧାୟକ

ନୟାଗଡ଼: ଗତ ସପ୍ତାହରେ ଦିଲ୍ଲୀରେ ବିଜୁ ଜନତା ଦଳ ଚାଷୀ ସମାବେଶ ଅ‍ାଳରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥିରେ ଯୋଗଦେଇ ହଟହଟା ହାେଇଛନ୍ତି ପୂର୍ବତନ ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର।

ଚଳିତ ମାସ ୮ ତାରିଖରେ ଦିଳ୍ଳୀର ତାଲକାତୋରା ଷ୍ଟାଡିୟମରେ ହାେଇଥିବା ଚାଷୀ ସମାବେଶରେ ଯଦିଓ ଅସଲ ଚାଷୀଙ୍କ ଭାଗିଦାରୀ ନଥିଲା, ବିଜେଡିର ପ୍ରାୟ ସବୁ ନେତା ଏଥିରେ ଯୋଗଦେବା ପାଇଁ ରୁଣ୍ଡ ହାେଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରବିନାରାୟଣ ରବିନାରାୟଣ ପୂର୍ବତନ ସାଂସଦ ହାେଇଥିବାରୁ ବିଧାୟକଙ୍କ ଗହଣରେ ନ ବସି ସାଂସଦ ଓ ବରିଷ୍ଠ ନେତାଙ୍କ ଗହଣରେ ଅ‍ାଗଧାଡ଼ିରେ ବସିବାକୁ ମନ ବଳାଇଥିଲେ। ତେବେ ସେତେବେଳକୁ ଅ‍ାଉ ଅ‍ାସନ ନଥିଲା।

ବସିବା ପାଇଁ ଚଉକି ଖଣ୍ଡେ ନପାଇ ସମାବେଶ ସ୍ଥଳରେ ଏମୁଣ୍ଡରୁ ସେମୁଣ୍ଡ ପଇଁତରା ମାରିଥିଲେ ବାବୁ ରବିନାରାୟଣ। ଶେଷରେ ଜଣେ ସାଂସଦଙ୍କ ଇସାରାରେ ଦୁଇ ଚଉକି ମଛିରେ ଥିବା ବାହା ଉପରେ ବସି ସମାବେଶ ଦେଖିଥିଲେ ସେ।

ରାଜନୀତିରେ ବି ରବିନାରାୟଣଙ୍କ ସମାନ ସ୍ଥିତି। ନୟାଗଡ଼ ଜିଲ୍ଲା ରଣପୁରରୁ ବିଧାୟ ଥିବା ଏ ବରିଷ୍ଠ ନେତା ଜଣକୁ ଅ‍ାଗରୁ ରାଜ୍ୟସଭା ସାଂସଦ ଥିଲେ। ଦିଲ୍ଲୀ ସମାେବେଶରେ ଚଉକି ନପାଇବା ଭଳି ୨୦୧୯ ନିର୍ବାଚନରେ ମଧ୍ୟ ତାଙ୍କୁ ଅ‍ାସନ ମିଳି ନପାରେ ବୋଲି ଶୁଣିବାକୁ ମିଳୁଛି। ସେଠି ସିନା ଦୋସମାଳିରେ ବସି ପଡ଼ିଲେ। ନିର୍ବାଚନ ସମୟରେ ଅ‍ାସନ ନମିଳିଲେ ସେ କ’ଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.