Odisha Link
Bridging the Missing Links in Odisha

ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ବିଶ୍ବ ମହିଳା ଦିବସ

ଭୁବନେଶ୍ବର: ବିଶ୍ବ ମହିଳା ଦିବସ ଅବସରରେ ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ କିଣ୍ଡରଗାର୍ଟେନ୍ ତରଫରୁ ହୋଟେଲ କ୍ରାଉନ୍ ଠାରେ “ପ୍ରାଥମିକ ଶିଶୁ ଶିକ୍ଷା: ସାର୍ବଜନୀନ ପ୍ରଣାଳୀ ଓ ଅଭ୍ୟାସ” ଶୀର୍ଷକ ଏକ ବାର୍ତ୍ତ।ଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଗୌରୀ ଈଶ୍ବରନ୍ ସମ୍ବାଦ ଗ୍ରୁପ୍ କାର୍ଯ୍ୟନିର୍ବ।ହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ଉକ୍ତ ପ୍ରସଙ୍ଗ ଉପରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ ଓ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ନିଜର ବକ୍ତବ୍ୟରେ ଗୌରୀ କହିଥିଲେ ଯେ, ଭାରତରେ ପ୍ରାଥମିକ ଶିଶୁ ଶିକ୍ଷା ଆଜି କେବଳ ଅଜାଆଇ, ଜେଜେବାପା ଜେଜେମା’କାହାଣୀ ଶୁଣା କିମ୍ବା ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ। ବରଂ ଅତ୍ୟାଧୁନିକ ବୈଷୟିକ କୌଶଳ ଓ ବିଭିନ୍ନ କ୍ରୀଡ଼ା କୌତୁକ ଶିଶୁମାନଙ୍କର ସମ୍ପୂର୍ଣ ବିକାଶ ଦିଗରେ ସହାୟକ ହୋଇପାରୁଛି। ଭୁବନେଶ୍ବରରେ ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ ଏ ଦିଗରେ କିପରି ଅଗ୍ରଣୀ ଭୂମିକା ଗ୍ରହଣ କରିଛି ତାହାର ସୂଚନା ଦେଇଥିଲେ ଗୌରୀ ଈଶ୍ବରନ।

ଏହି ଅବସରରେ ସ୍କୁଲର ଏକଜେକ୍ୟୁଟିଭ୍ ଟ୍ରଷ୍ଟି ପଞ୍ଚମୀ ମାନୁ ଉକିଲ କହିଲେ ଯେ ବିଶ୍ବ ମହିଳା ଦିବସରେ ଆମେ ଗୌରୀ ଈଶ୍ବରନଙ୍କୁ ଆମ ଗହଣରେ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ ଭୁବନେଶ୍ବରରେ ପ୍ରାଥମିକ ଶିଶୁ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି କାର୍ଯ୍ୟରତ ମା’ମାନଙ୍କୁ ଛୁଆ ଜନ୍ମ ପରେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବ।ହ କରୁଛି। ଜନ୍ମଠାରୁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ମସ୍ତିଷ୍କର ବିକାଶ ଘଟିଥାଏ। ତେଣୁ ଏହି ସମୟରେ କେଉ ପ୍ରକାର ଶିକ୍ଷା ପ୍ରଣାଳୀ ଶିଶୁମାନଙ୍କ ନିମନ୍ତେ ଉପଯୁକ୍ତ ତାହା ଉପରେ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ଭୁବନେଶ୍ବରରେ ପ୍ରାଥମିକ ଶିଶୁ ଶିକ୍ଷା କ୍ଷେତ୍ରରେ ଯେଉ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବ।ହ କରଛନ୍ତି, ସେମାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ- ହାପି ଆବାର୍ସ ସ୍କୁଲର ପୁଷ୍ପା ଧାବନ ଓ ନିଧି ଧାବନ, ବ୍ଲସମ୍ ସ୍କୁଲସର ନାଦିଆ ମଗବେଲପୋର, ରୁଚିକା ସ୍କୁଲର ବିମଲଜିତ ଦୁଆ, ମଦର୍ସ ପବ୍ଲିକ ସ୍କୁଲର ପଲ୍ଲୀ ପଟ୍ଟନାୟକ, ଡିପିଏସ୍ କଲିଙ୍ଗର ମାଲା ମିଶ୍ର, କିଟ୍ ଇଣ୍ଟରନାସନାଲ ସ୍କୁଲର ମୋନାଲିସା ବଳ, ବି.ଏମ୍.ପି.ଏସ୍. ତକ୍ଷିଳାର ସିକତା ଦାସ, ଲିଟିଲ ଷ୍ଟେପ୍ ପ୍ଲେ ସ୍କୁଲର ସୁଧା ମିଶ୍ର ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର।

ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲର ପ୍ରତିଷ୍ଠାତା-ଅଧ୍ୟକ୍ଷ ଶ୍ରୀ ଜଗଦ୍ଦୀଶ ପ୍ରସାଦ ନାୟକ ଉଭୟ ଅତିଥି ପଦ୍ମଶ୍ରୀ ଗୌରୀ ଈଶ୍ବରନ୍ ଓ ଶ୍ରୀମତୀ ତନୟା ପଟ୍ଟନାୟକଙ୍କୁ ସ୍ବାଗତ-ସମ୍ବର୍ଦ୍ଧନା ଜଣାଇଥିଲେ। ରାଜ୍ୟରେ ଏକ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଗଢ଼ିବାର ସ୍ବପ୍ନ ଦେଖିବା ସହ ଏହି ସ୍କୁଲର ଛାତ୍ରଛାତ୍ରୀମାନେ କିପରି ନିଜକୁ ଗ୍ଲୋବାଲ ସିଟିଜେନ୍ ଭାବେ ପ୍ରତିଷ୍ଠିତ କରିପାରିବେ ତାହା ତାଙ୍କର ନିରନ୍ତର ପ୍ରୟାସ ରହିବ ବୋଲି ପ୍ରକାଶ କରିଥିଲେ।

ଏହି ବାର୍ତ୍ତ।ଳାପ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପ୍ରଶାସିକା ସ୍ବାଗତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.