Odisha Link
Bridging the Missing Links in Odisha

ନବୀନଙ୍କ ବାଣରେ ବିଜେପି ଛାନିଅ‍ା

ଭୁବନେଶ୍ବର: ଅ‍ାଗାମୀ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍ ବିରୋଧୀ ଦଳଗୁଡ଼ିକୁ ଛାନିଅ‍ା କରିଦେଇଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକରେ ବିରୋଧୀଦଳ ଧରାାୟୀ ହେବା ଅ‍ାାଶଙ୍କାରେ ରହିଛି।

ବିଶେଷ କରି ଭାରତୀୟ ଜନତା ପାର୍ଟି ଏବେ ଭୟଭୀତ ହାେଇପଡ଼ିଛି। ସରକାରଙ୍କର ପୀଠା, କାଳିଅ‍ା ଅ‍ାଦି ଜନହିତକର ଯୋଜନା ବିଜେଡି ପାଇଁ ଅ‍ାଗାମୀ ନିର୍ବାଚନରେ ଲାଭଦାୟକ ହେବ। ଏଣୁ ଏହାକୁ ବିରୋଧ କରିବା ଅ‍ାରମ୍ଭ କରିଦେଇଛନ୍ତି। ଅ‍ାଗାମୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ଚାଷୀମାନେ କାଳିଅ‍ା ଯୋଜନାରେ ସାମିଲ ହାେଇପାରିବେ ବୋଲି ସରକାରଙ୍କ ଘୋଷଣା ପରେ ଏହା ବିଜେପିର ଚିନ୍ତା ବଢ଼ାଇଦେଇଛି। ଏପରିକି ଏହା ବିରୋଧରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଫେରାଦ ହାେଇଛନ୍ତି।

ତେବେ କାଳିଅ‍ା ଯୋଜନାକୁ ବିରୋଧ କରିବା ନିର୍ବାଚନ ସମୟରେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହାେଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅ‍ାଲୋଚନା କରୁଛନ୍ତି। ଦଳ ବିରୋଧରେ ଏହା ଜନମତ ବଢ଼ାଇବ ଓ ପରୋକ୍ଷରେ ବିଜେଡି ପ୍ରତି ଭୋଟରଙ୍କ ଅନୁରକ୍ତି ଅଧିକ ହେବ ବୋଲି ଚର୍ଚ୍ଚା ହେଉଛି।

Comments are closed.