Odisha Link
Bridging the Missing Links in Odisha

କୋଷ୍ଟାଲ ହାଇଓ୍ବେକୁ ପରିବେଶ ଛାଟ

ଭୁବନେଶ୍ବର: ପୁଣି ଅଟକିଲା ଓଡ଼ିଶା ଉପକୂଳରେ ହେବାକୁ ଥିବା କୋଷ୍ଟାଲ ହାଇଓ୍ବେ ଯୋଜନା। କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ସମୁହରେ ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଜପଥ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁମୋଦନ ମିଳିଲା ନାହିଁ।

ମୋଟ ୪୫୧ କିଲୋମିଟରର ଏହି ରାଜପଥର ଗୋପାଳପୁରରୁ ରତନ ପୁର ୨୪୦ କିଲୋମିଟର ରାସ୍ତା ପାଇଁ ଆବଶ୍ୟକୀୟ ପରିବେଶ ଅନୁମତି ଦେବାକୁ ମନ୍ତ୍ରାଳୟ ମନା କରିଦେଇଛି। ଜାତୀୟ ରାଜପଥ ଯେଉଁ ବାଟ ଦେଇ ଓ ଯେଉଁଭଳି ଭାବେ ରାସ୍ତା ନିର୍ମାଣ ପ୍ରସ୍ତାବ ରଖିଛନ୍ତି ସେପରି ହେଲେ ଉଭୟ ପରିବେଶ ଓ ବନ୍ୟପ୍ରାଣୀଙ୍କ କ୍ଷତିଗ୍ରସ୍ତ ହେବେ ବୋଲି ମନ୍ତ୍ରାଳୟର ବିଶେଷଜ୍ଞ କମିଟି ମତ ଦେଇଛି।

ଏହି ରାସ୍ତା ନିର୍ମାଣ ହେଲେ ବିରଳ ଓ ସଂରକ୍ଷିତ ଅଲିଭ୍‌ ରିଡଲେ କଇଁଛ ସାଙ୍ଗକୁ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନେ ପ୍ରଭାବିତ ହେବେ ବୋଲି କମିଟି ଜଣାଇଛି। ଏଣୁ ରାସ୍ତାର ଡିଜାିନ୍‌ ବଦଳାଇ ପୁଣି ଆବେଦନ କରିବା ଲାଗି ରାଜପଥ ପ୍ରାଧିକରଣକୁ ପରାମର୍ଶ ଦେଇଛି ପରିବେଶ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରେଜାଲ କମିଟି। ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଓ ଭିତରକନିକା ଠାରୁ ଦୂରେଇ ରାଜପଥ ନିର୍ମାଣ ହେଉ ବୋଲି କମିଟି କହିଛି।

Comments are closed.