Odisha Link
Bridging the Missing Links in Odisha

ରାଜ୍ୟ ବିଜେପିରେ ବିଦ୍ରୋହ, ମୁଖ୍ୟ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଏକାମ୍ର ଆସନ ପାଇଁ ଟିକେଟ ପାଇନଥିବା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବରିଷ୍ଠ ବିଜେପି ନେତାଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ହୋଲି ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପକାଇଥିଲେ।

ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚପ ମଣ୍ଡଳୀରେ ଟିକେଟ ବଂଟନକୁ କେନ୍ଦ୍ର କରି ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସମୀର ମହାନ୍ତିଙ୍କ ଘର ସମ୍ମୁଖରେ ଅସନ୍ତୁଷ୍ଟ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଏହାସହ ତାଙ୍କ ଘର ସାମ୍ନାରେ ଗୁରୁବାର ରାତି ଠାରୁ ଧାରଣାରେ ବସିଥିଲେ ବିଜେପି କର୍ମୀ । ଭୁବନେଶ୍ୱର ଏକାମ୍ର ପାଇଁ ବାବୁ ସିଂହଙ୍କୁ ଟିକେଟ ଦେବା ପରେ ଆଶାୟୀ ଅମୀୟ ଦାଶଙ୍କ ସମର୍ଥକଙ୍କ ଏହାକୁ ବିରୋଧ କରିଥିଲେ । ଅନ୍ୟପଟେ କର୍ମୀମାନେ ସକାଳୁ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଆସି ଧାରଣା ଦେବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ସୂଚନାଯୋଗ୍ୟ କିଛି ଦିନ ତଳେ ବିଜେପିରେ ମିଶିଥିବା ବାବୁ ସିଂଙ୍କୁ ଟିକେଟ ଦେଇଥିଲେ ହେଁ ପୁରୁଣା ବିଜେପି ନେତାଙ୍କୁ ଅବହେଳା କରାଯାଉଛି । ଏପରି ଅଭଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକ ।

Comments are closed.