Odisha Link
Bridging the Missing Links in Odisha

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି।

ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗ ଦେଇଛନ୍ତି। ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ପଞ୍ଚାନନ ଦାଶ ଓ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ଶତାଧିକ ଅନ୍ୟଦଳର କର୍ମୀ ମଧ୍ୟ ଆଜି ଦଳରେ ଯୋଗ ଦେଇଛନ୍ତି।

ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଓ ପୂର୍ବତନ ବିଜେଡି ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ଏ ଅବସରରେ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ, ସମୀର ଦେ, ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ଓ ଦାଶ ଦଳରେ ଯୋଗ ଦେଇଛନ୍ତି।

୧୯୭୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପ୍ରକାାଙ୍କର ସମ୍ପର୍କ ଓଡ଼ିଶାର ବିଜେଡି ସରକାର ସହ ବେଶ୍‌ ତିକ୍ତ ରହିଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟରେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହେବା ଲାଗି କେହନ୍ଦ୍ର ସରକାର ତାଙ୍କୁ ଡେପୁଟେସନରେ ନେବାକୁ ଚାହୁଁଥିବା ବେଳେ ଓଡ଼ିଶା ସରକାର ଅନୁମତି ଦେଇନଥିଲେ। ବରଂ ତାଙ୍କୁ ପୁଲିସ ମହା ନିର୍ଦ୍ଦେଶକ ପଦରୁ ହଟାଇ ଅପେକ୍ଷାକୃତ ନିମ୍ନ ସ୍ତରର ପଦବୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା।

ପରେ ସେ ସିଆରପିଏଫ୍‌ ମହା ନିର୍ଦ୍ଦେଶକ ଭାବେ କେନ୍ଦ୍ରକୁ ଯାଇଥିଲେ। ୨୦୧୫ ମସିହାରେ ସେ ସିବିଆଇ ମୁଖ୍ୟ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଉପରେ ଭିଜିଲାନ୍ସ ମାମଲା କରି ଓଡ଼ିଶା ସରକାର ତାହା କରାଇ ଦେଇ ନଥିଲେ। ଅବଶ୍ୟ ପରେ ଓଡ଼ିଶା ହାଇ କୋର୍ଟ ଏଭଳି ଭିଜିଲାନ୍ସ ମାମଲାକୁ ନାକଚ କରିଦେଇଥିଲେ।

Comments are closed.