Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ଶଙ୍କର ପରିଡ଼ା

ଭୁବନେଶ୍ବର: ପୂର୍ବତନ ରାଜ୍ୟ ପଞ୍ଚାୟତ ପରିଷଦ ସଭାପତି ତଥା ପୁରୀର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଜଣେ ସମାଜସେବୀ ଓ କବି ଭାବେ ପରିଚିତ ଶଙ୍କର୍ଷଣ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଅ‍ାରମ୍ଭ କରିଥିଲେ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ହାେଇ ପାରିଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ସେତେବେଳେ ବିଜେଡିର ଅଘୋଷିତ ମୁକିଅ‍ା ଭାବେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ଅ‍ାକ୍ରୋଶର ଶିକାର ହାେଇ ଶଙ୍କର୍ଷଣ ଦଳ ଛାଡ଼ିଥିଲେ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେପି ମୁଖ୍ୟାଳୟ ଠାରେ ଶଙ୍କର୍ଷଣ ଦଳରେ ଯୋଗ ଦେଇଛନ୍ତି।

ଟିକେଟ ଘୋଷଣା ପୂର୍ବରୁ ଯୋଗ ନଦେଇ ଏବେ କାହିଁକି ବିଜେପିରେ ମିଶିଲେ ବୋଲି ପ୍ରଶ୍ନର ଉତ୍ତରରେ ଶଙ୍କର୍ଷଣ କହିଛନ୍ତି ଯେ ସେ କ୍ଷମତା ପାଇଁ ନୁହେଁ ବରଂ ପୁରୀବାସୀଙ୍କର ସେବା ଲାଗି ବିଜେପିକୁ ବାଛିଛନ୍ତି। ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଶଙ୍କର୍ଷଣ ଅ‍ାଶା ରଖିଛନ୍ତି।

Comments are closed.