Odisha Link
Bridging the Missing Links in Odisha

ଫେସବୁକରେ ସବୁଠୁ ଲୋକପ୍ରିୟ ବିଶ୍ବନେତା ନରେନ୍ଦ୍ର ମୋଦି

ନ୍ୟୁୟର୍କ: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ବାକି ୬ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ଼ ସଫଳତା ମିଳିଛି। ସୋଶାଲ ମିଡ଼ିଆ ଫେସବୁକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି। ଅନେକ ନେତା ନିଜକୁ ସୋଶାଲ ମିଡ଼ିଆ ଫେସବୁକରେ ଅଧିକ ଯୋଡ଼ି ହେବା ପାଇଁ ଦେୟଯୁକ୍ତ ସେବାକୁ ଗ୍ରହଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ବିନା ଦେୟଯୁକ୍ତ ସେବାରେ ଏହି ଲାଇକ୍ସ ଏବଂ ଫଲୋଅର ପାଇଛନ୍ତି ବୋଲି ଜଣାପଡ଼ିଛି।

ନିଜ ବ୍ୟକ୍ତିଗତ ପେଜରେ ନରେନ୍ଦ୍ର ମୋଦିଙ୍କୁ ୪୩.୫ ମିଲିୟନ ଲାଇକ୍ସ ମିଳିଥିବାବେଳେ ଅଫିସିଆଲ ଆକାଉଣ୍ଟରେ ୧୩.୭ ମିଲିୟନ ଲାଇକ୍ସ ମିଳିଛି। ଦ୍ବିତୀୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ୨୩ ମିଲିୟନ ଲାଇକ୍ସ ଟ୍ରମ୍ପଙ୍କୁ ମିଳିଥିବା ୨୦୧୯ ଫେସବୁକ ୱାର୍ଲଡ ଲିଡର ଏହି ରିପୋର୍ଟ ପ୍ରକାଶ କରିଛି।

Comments are closed.