Odisha Link
Bridging the Missing Links in Odisha

ଶ୍ରୀଲଙ୍କା ବିସ୍ଫୋରଣ: ୧୫୬ ମୃତ, ୪୦୦ ଆହତ

କଲମ୍ୱୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋର ଆଜି ଛଅଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୫୬ ପହଞ୍ଚିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି।

୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସହର ଭିତରେ ଥିବା ଗୋଟିଏ ଚର୍ଚ୍ଚ ଓ ତିନୋଟି ହୋଟେଲ୍‌ ସହିତ ସହର ବାହାରେ ଥିବା ଦୁଇଟି ଚର୍ଚ୍ଚରେ ଏହି ବିସ୍ଫୋରଣ ହୋଇଛି।

ଚର୍ଚ୍ଚଗୁଡ଼ିକରେ ଇଷ୍ଟର ପର୍ବ ପାଳନ କରାଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଆଉ କିଏ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.