Odisha Link
Bridging the Missing Links in Odisha

୩ୟ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୬୫%ରୁ ଅଧିକ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଅ‍ାଜି ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହାେଇଥିବା ବେଳେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ୨ଟି ବୁଥ୍‌ରେ ମତଦାନ ସ୍ଥଗିତ ରଖାଯାଇଛି। ଇଭିଏମ୍‌ ସହ ଭିଭିପାଟ୍ ଭୁଲ୍ ସଂଯୋଗ ପାଇଁ ଭୋଟ ବନ୍ଦ କରାଯାଇଛି। ଉକ୍ତ ଦୁଇ ବୁଥ୍‌ରେ ସାନି ଭୋଟ ପାଇଁ ସୁପାରିସ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏସବୁ ଆସନରେ ୭ ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

Comments are closed.