Odisha Link
Bridging the Missing Links in Odisha

ଏପ୍ରିଲ ୨୫ରେ ରାଜ୍ୟର ୯ ବୁଥରେ ସାନି ମତଦାନ

ଭୁବନେଶ୍ୱର: ଏପ୍ରିଲ ୨୫ରେ ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ପୁନଃ ମତଦାନ ହେବ।

ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ସୁପାରିଶ କରିଥିଲେ। ସାନି ମତଦାନ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର କହିଛନ୍ତି, ଇଭିଏମ୍‌ ସହ ଭିଭିପାଟ୍‌ ଭୁଲ୍‌ ସଂଯୋଗ ପାଇଁ ୨ଟି ବୁଥ(ଦେବଗଡ଼ର ୧୮୩ ନମ୍ବର ଓ ବଡମ୍ବାର ୧୯୬ ନମ୍ବର)ରେ ମତଦାନ ସ୍ଥଗିତ ରଖାଯାଇଛି।

Comments are closed.