Odisha Link
Bridging the Missing Links in Odisha

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁରର ଝିଅ ଶୀତଲ

ରାୟଗଡା: ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁରର ଝିଅ ଶୀତଲ ସାହୁ କୃତିତ୍ୱ ହାସଲ କରିଛନ୍ତି। ଇଷ୍ଟଜୋନ୍‌ ପାଇଁ କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରୁ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ମନୋନୀତ ହୋଇଛନ୍ତି।

ପ୍ରତିଯୋଗିତାରେ ପରବର୍ତ୍ତୀ ରାଉଣ୍ଡ ସମସ୍ତ ରାଜ୍ୟର ଜଣେ ଲେଖାଁଏ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୀତଲ ଉକ୍ତ ରାଉଣ୍ଡକୁ ଉତୀର୍ଣ୍ଣ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ନାବି ମୁମ୍ବାଇର ଏକ ବେସରକାରୀ କଂପାନିରେ ଚାକିରୀ କରୁଥିବା ଶୀତଲଙ୍କ ପିଲା ଦିନ ଗୁଣପୁରରେ କଟିଥିବା ବେଳେ ମାଟ୍ରିକ୍‌ ପର୍ଯ୍ୟନ୍ତ ସେ ଗୁଣପୁର ସରସ୍ୱତୀ ଶିଶୁ ମନ୍ଦିର ପଢ଼ିଛନ୍ତି।

Comments are closed.