Odisha Link
Bridging the Missing Links in Odisha

ସତ୍ୟବାଦୀ ଇଭିଏମ୍ ଭଙ୍ଗା ଘଟଣା: ମୁହଁ ଖୋଲିଲେ ଓମ୍ ପ୍ରକାଶ

ସତ୍ୟବାଦୀ: ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଅବଶେଷରେ ଇଭିଏମ୍ ଭଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ଇଭିଏମ୍ ଭଙ୍ଗା ଘଟଣା ନେଇ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ ।

ଓମ ପ୍ରକାଶ ଏହି ଭିଡିଓରେ କହୁଛନ୍ତି, ୭ଟି ବୁଥରେବୁଥ୍ ରିଗିଂ ଏବଂ ବୋଗସ୍ ଭୋଟିଂ ହେଉଥିଲା । ଏମିତି କି ମୃତ ବ୍ୟକ୍ତିଙ୍କ ନାଁରେ ବି ଅନେକ ଭୋଟିଂ ହେଉଥିଲା । ପୁଲିସ୍ ଏବଂ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ।

ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୁଁ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ପାଇଁ ରାଜି । ୭ଟି ବୁଥକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉ । ଏହାଛଡ଼ା ସେ କହିଛନ୍ତି ମତଦାନ ଦିନ ବୀରକିଶୋରପୁର ୭୮ ନଂ ବୁଥରେ ସବୁ ସୀମା ଟପିଲା । ବିଜେପିର କାର୍ଯ୍ୟକର୍ତ୍ତାମାନେ ଭୋଟ ଦେବା ଆଗରୁ ତାଙ୍କ ନାମରେ ଭୋଟ ପଡ଼ିସାରିଥିଲା । ଜଣେ ବ୍ୟକ୍ତି ସମସ୍ତଙ୍କ ନାଁରେ ଭୋଟ ଦେଉଥିଲେ । ଏହା ସୁସ୍ଥ ଗଣତନ୍ତର ନମୁନା ନୁହେଁ । ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇ ତଦନ୍ତ କରାଯାଉ ବୋଲି ଓମ୍ ପ୍ରକାଶ ଦାବି କରିଛନ୍ତି ।

Comments are closed.