Odisha Link
Bridging the Missing Links in Odisha

ବିଜେପି ଜିତିଲେ ଧର୍ମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ପାଇବ। ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଢ଼ାଯିବ ନୂଆ ସରକାର। ଏ କଥା ଆମେ କହୁନୁ, ଖୋଦ୍‌ ବିଜେପିର ସମର୍ଥକମାନେ ଏବେ ସୋସିଆଲ ମିଡିଆରେ ଏଭଳି ପ୍ରଚାର ଚଳାଇଛନ୍ତି।

ବିଜୁ ଜନତା ଦଳ (ବିଜେଡି) ବହୁମତ ପାଇ ସାରିଲାଣି ଓ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ବାଢ଼ି ନବୀନ ପଟ୍ଟନାୟକ ନିଜର ସମ୍ଭାବ୍ୟ ଶପଥ ଗ୍ରହଣ ଉତ୍ସବକୁ ନରେନ୍ଦ୍ର ମୋଦିଙ୍କୁ ନମନ୍ତ୍ରଣ କରିବା ପରେ ବିଜେପି ମଧ୍ୟ ଅନୁରୂପ ନିମନ୍ତ୍ରଣ କରିଛି। ବିଜେପି ବହୁମତ ପାଇ ସରକାର ଗଢ଼ିବ ବୋଲି କହି ନୂଆ ସରକାରର ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ।

ତେବେ ବିଜେପ ସମର୍ଥକଙ୍କ ଦ୍ବାରା ସୋସିଆଲ ମିଡିଆରେ ଯେଉଁ ନିମନ୍ତ୍ରଣ ପତ୍ର ଘୂରି ବୁଲୁଛି ସେଥିରେ ଉଲ୍ଲେଖ ରହିଛି, “ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ନୂଆ ଓଡ଼ିଶାର ସରକାର ୨୬-୦୫-୨୦୧୯ରେ ଦାୟିତ୍ବ ଗ୍ରହଣ କରିବେ। ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମନ୍ତ୍ରିମଣ୍ଡଳକୁ ମହାମହିମ ରାଜ୍ୟପାଳ ଶପଥ ପାଠ କରାଇବେ।”

ଏହି ନିମନ୍ତ୍ରଣକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ସରକାରର ମୁଖିଆ ଭାବେ ଦଳ ସମର୍ଥକମାନେ ମାନି ନେଇଛନ୍ତି। ଦଳର ବହୁ ବରିଷ୍ଠ ନେତା ଓ ଜଣାଶୁଣା କାର୍ଯ୍ୟକର୍ତ୍ତା ଏ ନିମନ୍ତ୍ରଣ ପତ୍ରକୁ ସେୟାର କରିଥିବା ଦେଖିବାକୁ ମିଳିଛି।

Comments are closed.