Odisha Link
Bridging the Missing Links in Odisha

କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀକଣ୍ଢେଇ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଦଳେ କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି। ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି। ୭୦ ଦଶକରେ ଏକଛତ୍ରବାଦୀ ଶାସନ କଂଗ୍ରେସ ଲାଗୁ କରିବା ସମୟରେ ତତକାଳୀନ କଂଗ୍ରେସର ସଭାପତି ଦେବକାନ୍ତ ବୋରୁଆ ଇନ୍ଦିରା ଇଜ୍‌ ଇଣ୍ଡିଆ, ଇଣ୍ଡିଆ ଇଜ୍‌ ଇନ୍ଦିରା ମନ୍ତବ୍ୟ ଦେଇଥିଲୋ ନବୀନଙ୍କର ଏପରି ମନ୍ତବ୍ୟ ତାଙ୍କର ସ୍ୱେଚ୍ଛାଚାରୀତା ଓ ଏକଚାଟିଆ ମନୋବୃତ୍ତିକୁ ପଦାରେ ପକାଇ ଦେଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଓଡ଼ିଶାର କିଛି ନକଲି ଓଡ଼ିଆ ବର୍ଷକୁ ୧୦ ହଜାର କୋଟି ଟଙ୍କା ଲୁଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ ପ୍ରତିପକ୍ଷକୁ ସୁଯୋଗ ନ ଦେଇ ପାର୍‌ ହୋଇଯିବେ ବୋଲି ଭାବୁଛନ୍ତି। ନଖକାଟି ସହିଦ ହେବା ପାଇଁ ନବୀନ ବାବୁ ଯେଉଁ ସୁଆଙ୍ଗ କରୁଛନ୍ତି, ତାହାକୁ ରାଜ୍ୟବାସୀ ଜାଣିଗଲେଣି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ସଂସ୍କୁତି ଓ ଓଡ଼ିଆ ଭାବାବେଗକୁ ବୁଝିପାରୁନଥିବା କଳାପାହାଡ଼ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦାରୁର ବିଗ୍ରହ ଭାବିଥିଲା। ମାତ୍ର ମହାପ୍ରଭୁ ଜଗନ୍ନାଥ ଦାରୁର ବିଗ୍ରହ ନୁହେଁ, ବ୍ରହ୍ମ ଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ବିଜ୍ଞାପନରେ କହୁଛନ୍ତି। ପାଦତଳୁ ମାଟି ଖସିଲେ ଏ ପ୍ରକାର ହତାଶର ମନ୍ତବ୍ୟ ଆସେ। ଏହା ବିଜେଡିର ୧୯ ବର୍ଷ ଶାସନ ଅହଙ୍କାରର ପ୍ରତିଫଳନ। ନବୀନ ଯଦି ଓଡ଼ିଶାର ପରିଚୟ ତେବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜ, ମାଁ ସମଲେଶ୍ୱରୀ, ଧର୍ମପଦ, ଚାଖି ଖୁଂଟିଆଙ୍କ ବଳିଦନ, ଚିଲିକା ହ୍ରଦ, ସମୁଦ୍ର କୂଳ, କୋଣାର୍କ ମନ୍ଦିର, ସମ୍ବଲପୁର ଶାଢ଼ୀ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Comments are closed.