Odisha Link
Bridging the Missing Links in Odisha

ରାଜ୍ୟରେ ସିଙ୍ଗିଲ ଇଞ୍ଜିନ୍ ଭଲ ପ୍ରଦର୍ଶନ କରିଛି: ବିଜେଡି

ଭୁବନେଶ୍ବର: ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡ଼ା ଜବାବ ଦେଇଛି।

ପ୍ରେସ ମିଟରେ ନବୀନ ସରକାରଙ୍କ ବିକାଶର ତାଲିକା ସାମ୍ନାରେ ରଖିଛି ବିଜେଡ଼ି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟ। ରାଜ୍ୟରେ ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ପାଖାପାଖି ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ମଧ୍ୟ ଦେଇଛନ୍ତି ରାଜ୍ୟ ସରାକର। ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ଠାରୁ ସ୍ୱୀକୃତି ମିଳିଛି।

ଅନ୍ୟପଟେ ମନରେଗାରେ ଖରାପ ପ୍ରଦର୍ଶନ କରିଛି ବିଜେପି ଶାସିତ ରାଜ୍ୟ ବୋଲି ବିଜେଡି ଅଭିଯୋଗ କରିଛି। ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ପଛକୁ ପଛକୁ ନେଇ ଯାଇଛି। ବିକାଶ ତ ହେଉନି, ହେଲେ ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ଲାଇନଚ୍ୟୁତ କରୁଛି। ଗୁଜରାଟର ବିକାଶ ମଡ଼େଲ ନେଇ ପ୍ରଶ୍ନ କରିଛି ବିଜେଡି। ବିଜୁ ଜନତା ଦଳର ସିଙ୍ଗିଲ ଇଞ୍ଜିନ ରାଜ୍ୟକୁ ଆଗକୁ ଆଗେଇ ନେଇଛି ବୋଲି ଦଳ କହିଛି।

ଦାରିଦ୍ର ଦୂରୀକରଣରେ ଓଡ଼ିଶାର ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି। ନବୀନ ସରକାରରେ ୨୫ ପ୍ରତିଶତ ଲୋକଙ୍କୁ ଗରିବୀ ସୀମାରେଖା ତଳୁ ଉପରକୁ ଉଠାଯାଇଛି। କେନ୍ଦ୍ର ସରକାର ମଧ୍ୟ ଏକଥା ସ୍ୱୀକାର କରିଛନ୍ତି। ନବୀନ ସରକାରଙ୍କ ସିଙ୍ଗିଲ ଇଞ୍ଜିନ ଓଡ଼ିଶାକୁ ବିକାଶଶୀଳ କରିଛି। ବିଜେଡ଼ି ସଭାପତି ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ୧୯ ବର୍ଷରେ ଅନେକ ପ୍ରଗତି ହୋଇଛି। ଭାରତୀୟ ଜନତା ପାର୍ଟିର ନେତାମାନେ ବାରମ୍ବାର ମିଛ କହୁଛନ୍ତି ଓ ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ବିଜେଡି ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛି।

Comments are closed.