Odisha Link
Bridging the Missing Links in Odisha

ଯାଜପୁର: ୨ ପୋଲିଂ କର୍ମଚାରୀ ଗିରଫ

ଯାଜପୁର: ନିର୍ବାଚନ ନୀତି ଉଲ୍ଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ଗିରଫ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ପୁଲିସ ସେମାନଙ୍କୁ ତୁରନ୍ତ ଗିରଫ କରିଛି।

ବୈକୁଣ୍ଠନାଥ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଥିବା ବେଳେ ଜନାର୍ଦ୍ଦନ ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।ଏ ଦୁହେଁ ବୁଥ୍ ଭିତରେ ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳର ଚିହ୍ନରେ ଭୋଟ୍ ଦେବାକୁ କହୁଥିବାର ଭିଡିଓ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ନିଅ‍ାଯାଇଛି।

ଅନ୍ୟ ଏକ ଘଟଣାରେ ଆଜି କେନ୍ଦ୍ରାପଡ଼ାର ଆଳିରେ ଏକ ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟିଂ ବେଳେ ଇଭିଏମ୍‌ ପାଖରେ ଉପସ୍ଥିତ ଥିବାର ଭିଡିଓ ଭାଇରାଲ୍ ହୋଇଛି। ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା।

Comments are closed.