Odisha Link
Bridging the Missing Links in Odisha

ଫନି: ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ାରେ ୩ ମୃତ

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ପୁରୀର ସାକ୍ଷୀଗୋପାଳ ଅଞ୍ଚଳରେ ଗଛ ଉପୁଡ଼ି ଉପରେ ପଡ଼ିଯିବାରୁ ଜଣେ ବାଳକ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କଂକ୍ରିଟ୍ ପଡ଼ି ଜଣେ ମହିଳାଙ୍କର ପ୍ରାଣ ଯାଇଛି।

ଅନୁରୂପ ଭାବେ କେନ୍ଦ୍ରାପଡ଼ାରେ ବାତ୍ଯା ଆଶ୍ରୟସ୍ଥଳରେ ଥିବା ଜଣେ ବୃଦ୍ଧ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

Comments are closed.