ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି ଚ୍ୟାନେଲର ପ୍ରସାରଣ ବ୍ୟାହତ

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି।

ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି ।

ଭୁବନେଶ୍ବରରେ ସୁରକ୍ଷା ଦୃଷ୍ଟିରୁ ଆଜି ସକାଳୁ ବିଦ୍ୟୁତ ସେବା ବନ୍ଦ ରଖାଯାଇଥିବା ବେଳେ ଫନି ପ୍ରଭାବରେ ମୋବାଇଲ ସେବା ମଧ୍ୟ ବ୍ୟାହତ ହେଉଛି।

News Reporter
Odisha's leading Odia news and opinion portal. We can be reached at odishalink@gmail.com