Odisha Link
Bridging the Missing Links in Odisha

ଫନି ପ୍ରଭାବରେ ଭୁବନେଶ୍ବର ଷ୍ଟେସନ ଛାରଖାର

ଭୁବନେଶ୍ବର: ମହାବାତ୍ୟା ଫନିର ତାଣ୍ଡବଲୀଳା ଜାରି ରହିଛି। ଭୁବନେଶ୍ବରରେ ପବନ ପରେ ବର୍ଷା ବିତ୍ପାତ ବଢ଼ିଯାଇଛି।

ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଷ୍ଟେସନର ଛାତ ଉଡ଼ିଯାଇଛି। କେତେକ ଖୁଣ୍ଟି ଓ ଆଲୋକ ଖୁଣ୍ଟି ମଧ୍ୟ ଭାଙ୍ଗିଯାଇଛି।

ଷ୍ଟେସନ ସମ୍ପୂର୍ଣ୍ଣ ଜନଶୂନ୍ଯ ରହିଛି। ଜରୁରୀକାଳୀନ ସେବା ପାଇଁ ରେଳ କର୍ମଚାରୀ ଉପସ୍ଥିତ ଅଛନ୍ତି।

FB IMG 1556873908173

Comments are closed.