Odisha Link
Bridging the Missing Links in Odisha

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର ପ୍ରଶଂସା

ଭୁବନେଶ୍ବର: ମହାବାତ୍ୟା ଫନି ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘ କର୍ତୃପକ୍ଷ। ରାଜ୍ୟ ସରକାରଙ୍କର ପୂର୍ବ ପ୍ରସ୍ତୁତି ତଥା ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଫଳରେ ବାତ୍ୟାଜନିତ ଜୀବନହାନି କମିଥିବା ବେଳେ ଏହାକୁ ସାବାସୀ ଦେଇଛନ୍ତି ଜାତିସଂଘ।

ମେ ୩ ତାରିଖରେ ଫନି ପୁରୀ ଠାରେ ଓଡ଼ିଶା ଉପକୂଳ ଛୁଇଁଥିବା ବେଳେ ଏହାର ପ୍ରଭାବରେ ପୁରୀ ଏବଂ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହ ରାଜ୍ୟର ମୋଟ ୧୪ ଜିଲ୍ଲାର ୧.୪ କୋଟି ଲୋକ ଫନି ଦ୍ବାରା ପ୍ରଭାବିତ ହୋଇଛନ୍ତି। ସରକାରଭ୍କର ସମସ୍ତ ପୂର୍ବ ପ୍ରସ୍ତୁତି ସତ୍ବେ ପ୍ରଳୟଙ୍କରୀ ଫନି ରାଜ୍ୟରେ ୩୪ରୁ ଅଧିକ ଜୀବନ ନେଇଛି।

Comments are closed.