Odisha Link
Bridging the Missing Links in Odisha

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ଏନଡିଟିଭି ସର୍ଭେ ଅନୁସାରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)କୁ ୧୦ଟି, ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୦ଟି ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ମିଳିବ।

ରିପବ୍ଲିକ ଟିଭି ଗଣତି ଅନୁସାରେ ଓଡ଼ିଶାରେ ବିଜେପିକୁ ୧୦ଟି ଆସନ ଓ ବିଜେଡିକୁ ୧୧ଟି ଆସନ ମିଳିବ।

ଜନ କି ବାତ ସର୍ଭେ ଅନୁସାରେ ବିଜେଡି ୮, ବିଜେପି ୧୨ ଓ କଂଗ୍ରେସ ୧ ଆସନ ପାଇବ। ଟାଇମ୍ସ ନାଓ ମଧ୍ୟ ଅନୁରୂପ ଆସନ ପୂର୍ବାନୁମାନ କରିଛି।

ତେବେ ଇଣ୍ଡିଆ ଟିଭି ସର୍ଭେ ଅନୁସାରେ ବିଜେପି ୬ ଓ ବିଜେଡି ୧୫ ଆସନରେ ବିଜୟୀ ହେବ।

ନ୍ୟୁଜ୍-୧୮ ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପି ୬ରୁ ୮ ଓ ବିଜେଡି ୧୨ରୁ ୧୪ ଆସନରେ ବିଜୟୀ ହେବ।

କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ପାଟକୁରା ଆସନକୁ ଛାଡ଼ି ମୋଟ ୧୪୬ଟି ବିଧାନସଭା ଆସନ ଓ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା।

Comments are closed.