Odisha Link
Bridging the Missing Links in Odisha

ଗଣତି ଜାରି: ଅରୁଣ ୧୨୦୦୦ ଭୋଟ ଆଗରେ, ସଂଜୟ ୨୫୦୦ ଭୋଟ ପଛରେ

ଭୁବନେଶ୍ବର: ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଯ ଗଣତତି ଚାଲୁ ରହିଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଆଗୁଆ ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବ୍ରହ୍ମଗିରି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ପଛରେ ପଡ଼ିଛନ୍ତି।

ଅରୁଣ କୁମାର ସାହୁ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଇରାନୀ ରାୟଙ୍କ ଠାରୁ ୧୨୦୦୦ ଭୋଟରେ ଆଗରେ ଅଛନ୍ତି। ସଂଧ୍ୟା ୬ଟା ସୁଦ୍ଧା ଇରାନୀ ୭୫୨୮୨ ଭୋଟ ପାଇଥିବା ବେଳେ ଅରୁଣ ୫୭୨୮୮ ଭୋଟ ପାଇଛନ୍ତି।

ଅନ୍ୟପଟେ ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ମହାପାତ୍ରଙ୍କ ଠାରୁ ୨୬୦୦ ଭୋଟରେ ପଛରେ ଅଛନ୍ତି। ସଂଧ୍ୟା ୬ଟା ସୁଦ୍ଧା ୭୬୧୩୦ ଭୋଟ ପାଇଥିବା ବେଳେ ଲଳିତେନ୍ଦୁ ୭୮୮୬୪ ଭୋଟ ପାଇଛନ୍ତି।

ପୁରୀ ଜିଲ୍ଲାରେ ଥିବା ଏହି ନିର୍ବାଚନ ମଣ୍ଡଳୀ ଦ୍ବୟର ଭୋଟ ଗଣତି ଜାରି ରହିଛି।

Comments are closed.