Odisha Link
Bridging the Missing Links in Odisha

ଓଡ଼ିଶା: ବିଜେଡି ୧୦୭ ବିଧାନସଭା ଓ ବିଜେପି ୮ ସଂସଦୀୟ କ୍ଷେତ୍ରରେ ଆଗୁଆ

ଭୁବନେଶ୍ବର: ଅପରାହ୍ଣ ୪ଟା ୩୦ ସୁଦ୍ଧା ବିଜୁ ଜନତା ଦଳ (ବିଜେଡି) ୧୦୭ ବିଧାନ ସଭା ଆସନରେ ଆଗୁଆ ଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୨୪ ଆସନରେ ଆଗୁଆ ଅଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଂଗ୍ରେସ ୧୩ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ସୁପିଆଇଏମ୍‌ ଗୋଟିଏ ଆସନରେ ଆଗୁଆ ଅଛନ୍ତି।

ସେହିପରି ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ଣ ୪ଟା ୩୦ ସୁଦ୍ଧା ରାଜ୍ୟରେ ବିଜେଡି ୧୩ଟି ସଂସଦୀୟ କ୍ଷେତ୍ରରେ ଆଗୁଆ ଥିବା ବେଳେ ବିଜେପି ୮ଟି ଆସନରେ ଆଗୁଆ ରହିଛି।

ବିଜେଡି ଆଗୁଆ

କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ – ୨୨୨୧୯ ଭୋଟ ବ୍ୟବଧାନ
ମୟୁରଭଞ୍ଜ – ଦେବାଶିଷ ମାରାଣ୍ଡି – ୨୫୫୮ ଭୋଟ ବ୍ୟବଧାନ
ଭଦ୍ରକ – ମଂଜୁଲତା ପଣ୍ଡା – ୬୦୪୪ ଭୋଟ ବ୍ୟବଧାନ
ଢେଙ୍କାନାଳ – ମହେଶ ସାହୁ – ୧୪୩୬୯ ଭୋଟ ବ୍ୟବଧାନ
ନବରଙ୍ଗପୁର – ରମେଶ ମାଝୀ – ୪୯୨୮୪ ଭୋଟ ବ୍ୟବଧାନ
କନ୍ଧମାଳ – ଅଚ୍ୟୁତାନନ୍ଦ ସାମନ୍ତ – ୫୦୦୧୩ ଭୋଟ ବ୍ୟବଧାନ
କଟକ – ଭର୍ତୃହରି ମହତାବ – ୩୦୩୮୯ ଭୋଟ ବ୍ୟବଧାନ
କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି – ୪୯୯୧୫ ଭୋଟ ବ୍ୟବଧାନ
ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ – ୨୫୯୨୯ ଭୋଟ ବ୍ୟବଧାନ
ଆସିକା – ପ୍ରମିଳା ବିଶୋୟୀ – ୧୦୬୬୬୫ ଭୋଟ ବ୍ୟବଧାନ
ବ୍ରହ୍ମପୁର – ଚନ୍ଦ୍ରଶେଖର ସାହୁ – ୬୪୩୬୬ ଭୋଟ ବ୍ୟବଧାନ
କୋରାପୁଟ – କୌଶଲ୍ୟା ହିକ୍କକା – ୨୧୦୦୦ ଭୋଟ ବ୍ୟବଧାନ

ବିଜେପି ଆଗୁଆ

ବରଗଡ଼ – ସୁରେଶ ପୂଜାରୀ – ୨୮୩୭୦ ଭୋଟ ବ୍ୟବଧାନ
ସୁନ୍ଦରଗଡ଼ – ଜୁଏଲ ଓରାମ – ୬୫୮୨୪ ଭୋଟ ବ୍ୟବଧାନ
ସମ୍ବଲପୁର – ନିତେଶ ଗଙ୍ଗଦେବ – ୧୭୭୭୦ ଭୋଟ ବ୍ୟବଧାନ
ବାଲେଶ୍ବର – ପ୍ରତାପ ଷଡ଼ଙ୍ଗୀ – ୩୩୩୪ ଭୋଟ ବ୍ୟବଧାନ
ବଲାଙ୍ଗୀର – ସଂଗୀତା ସିଂହଦେଓ – ୧୯୯୧୭ ଭୋଟ ବ୍ୟବଧାନ
କଳାହାଣ୍ଡି – ବସନ୍ତ ପଣ୍ଡା – ୨୪୩୫୨ ଭୋଟ ବ୍ୟବଧାନ
ପୁରୀ – ସମ୍ବିତ ପାତ୍ର – ୩୯୭୬ ଭୋଟ ବ୍ୟବଧାନ
ଭୁବନେଶ୍ବର – ଅପରାଜିତା ଷଡ଼ଙ୍ଗୀ – ୧୪୩୧୩ ଭୋଟ ବ୍ୟବଧାନ

Comments are closed.