Odisha Link
Bridging the Missing Links in Odisha

ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳ ନେତା ମନୋନୀତ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ)ର ନେତା ମନୋନୀତ ହୋଇଛନ୍ତି। ଆଜି ବସିଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ।

ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକରେ ମଧ୍ୟ ମୋଦିଙ୍କୁ ନେତା ମନୋନୀତ କରାଯାଇଥିଲା।

ଏନଡିଏର ନେତା ନିର୍ବାଚିତ ହେବା ପରେ ମୋଦି ଆଜି ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାରଗଠନ ପାଇଁ ଦାବି କରିବେ।

ଆସନ୍ତା ୩୦ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣାସୀ ଯିବାର କାର୍ଯ୍ୟକ୍ରମ ରହିଛି। ମୋଦି ବାରାଣାସୀ ଲୋକସଭା ଆସନରୁ ୪.୭୯ ଲକ୍ଷର ବିଶାଳ ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି। ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ମୋଟ ୩୫୦ଟି ଆସନ ପାଇଛି।

Comments are closed.