Odisha Link
Bridging the Missing Links in Odisha

ନବୀନଙ୍କ ପଞ୍ଚମ ପାଳି: କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ, ପଢ଼ନ୍ତୁ

ଭୁବନେଶ୍ବର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଅ‍ା ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତାଙ୍କ ସହ ମନ୍ତ୍ରିମଣ୍ଡଳର ୨୦ ଜଣ ସଦସ୍ୟ ମଧ୍ୟ ଅ‍ାଜି ଶପଥ ଗ୍ରହଣ କରିଛନ୍ତି।

କିଏ କେଉଁ ବିଭାଗ ପାଇଲେ, ପଢ଼ନ୍ତୁ।

ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ: ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ

କ୍ୟାବିନେଟ ପାହ୍ୟା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଖାଦ୍ୟ, ଯୋଗାଣ
ବିକ୍ରମକେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର
ପ୍ରଫୁଲ୍ଲ ମଲ୍ଲିକ: ଖଣି ଓ ଇସ୍ପାତ ଓ ପୂର୍ତ୍ତ ଗୃହ ବିଭାଗର ରାଜ୍ୟପାହ୍ୟା
ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ
ପଦ୍ମନାଭ ବେହେରା: ବାଣିଜ୍ୟ ଓ ପରିବହନ
ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ
ଅରୁଣ କୁମାର ସାହୁ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ
ସୁଦାମ ମାର୍ଣ୍ଡି:ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ସୁଶାନ୍ତ ସିଂହ: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ
ନବ କିଶୋର ଦାସ: ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ
ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ

ରାଷ୍ଟ୍ରମନ୍ତ୍ରୀ ପାହ୍ୟା (ସ୍ବାଧୀନ ଦାୟିତ୍ବ)
ଜଗନ୍ନାଥ ସାରକା: ଆଦିବାସୀ ବ୍ୟାପାର 
ଦିବ୍ୟଶଙ୍କର ମିଶ୍ର: ଶକ୍ତି, ଶିଳ୍ପ ଓ ଏମଏସଏମଇ
ତୁଷାରକାନ୍ତି ବେହେରା: ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର
ପଦ୍ମିନୀ ଦିଆନ: ହସ୍ତତନ୍ତ ଓ ବୟନ ଶିଳ୍ପ
ରଘୁନନ୍ଦନ ଦାଶ: ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ
ସମୀର ରଞ୍ଜନ ଦାଶ: ସ୍କୁଲ ଓ ଗଣଶିକ୍ଷା
ଅଶୋକଚକନ୍ଦ୍ର ପଣ୍ଡା: ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଭିନ୍ନକ୍ଷମ ସଶକ୍ତିକରଣ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ସଂସ୍କୃତି ଓ ପର୍ଯ୍ୟଟନ
ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ

ରାଷ୍ଟ୍ରମନ୍ତ୍ରୀ ଅତିରିକ୍ତ ଦାୟିତ୍ବ
ଫୁଲ୍ଲ ମଲ୍ଲିକ: ଗୃହ

Comments are closed.