Odisha Link
Bridging the Missing Links in Odisha

ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତ ହେଉଛି ରାଞ୍ଚି: ମୋଦି ନେବେ ନେତୃତ୍ବ

ନୂଅ‍ାଦିଲ୍ଲୀ: ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି। ଏଥର ଯୋଗ ଦିବସ ରାଞ୍ଚିରେ ଆୟୋଜିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ୩୦,୦୦୦ ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ। ଆସନ୍ତା ଜୁନ୍ ୨୧ ତାରିଖରେ ଝାଡଖଣ୍ଡର ରାଂଚିରେ ଥିବା ପ୍ରଭାତ ତରାଠାରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ନେତୃତ୍ୱ ନେବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶବ୍ୟାପୀ ଏହି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମୁଖ୍ୟ ମନ୍ତ୍ରଣାଳୟ ଆୟୁଷ ରହିବ ବୋଲି ପିଆଇବି ତରଫରରୁ ସୂଚନା ମିଳିଛି । ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ଗୁରୁତ୍ୱ ହେଉଛି ଏକ ହଜାରରୁ ଉର୍ଦ୍ଧ ସ୍ଥାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନେଇ ଏକା ସାଙ୍ଗରେ ଯୋଗ ପ୍ରଦର୍ଶନ କରାଯିବ । ତେବେ ଏହି ଆନ୍ତର୍ଜାତିକ ଯୋଗ ଦିବସରେ ଭାଗନେବେ ଭାରତର ବହୁ ପ୍ରଖ୍ୟାତ ଯୋଗଗୁରୁ ଗଣ ବୋଲି ସୂଚନା ମିଳିଛି।

ଅପରପକ୍ଷେ ଯୋଗ ଦିବସ ପୂର୍ବରୁ ଜୁନ ୧୩ରେ ରାଂଚିଠାରେ ଏନେଇ ଏକ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁଥିରେ କି ବିଭିନ୍ନ ଯୋଗାନୁଷ୍ଠାନ ଏବଂ ଯୋଗ ଗୁରୁଙ୍କ ବ୍ୟତୀତ ଅନେକ ପଦାଧିକାରୀ ପ୍ରମୁଖ ଯୋଗଦେବେ । ବିଗତ ୪ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଆସିଛି । ଜାତୀୟ ଗୁରୁତ୍ୱ ଦୃଷ୍ଟିରୁ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଲାଭ ପାଇବା ପାଇଁ ଏହି ଦିବସ ପାଳନ କରାଯାଏ। ଜୁନ ୨୧, ୨୦୧୯ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟର ସମସ୍ତ ଅଂଶୀଦାର ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛି ।

Comments are closed.