Odisha Link
Bridging the Missing Links in Odisha

କଲୋମ୍ବରେ ମୋଦୀଙ୍କୁ ସ୍ବାଗତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲୋମ୍ବ: ୨ ଦିନିଆ ବିଦେଶ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର କଲମ୍ବୋ ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିସ୍କରେମସିଙ୍ଘେ ମୋଦୀଙ୍କ ଭବ୍ୟ ସ୍ୱାଗତ କରିଛନ୍ତି । ତେବେ ୨ୟ ଥର ପ୍ରଧାନମନ୍ତ୍ରୀ ହେବାପରେ ନିଜର ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବାପରେ ଆଜି ସେଠାରୁ ଶ୍ରୀଲଙ୍କାରେ ଯାଇ ପହଞ୍ଚିଛନ୍ତି ମୋଦୀ । ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ନରେନ୍ଦ୍ର ମୋଦୀ । ଇଷ୍ଟର ବିସ୍ଫୋରଣ ପରେ ପ୍ରଥମ ବିଦେଶୀ ନେତା ଭାବେ ମୋଦୀ ଗସ୍ତ କରିଛନ୍ତି । ପୂର୍ବରୁ ୨୦୧୫ ଓ ୨୦୧୭ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ମୋଦୀ । ତେବେ ଗତକାଲି ମାଳଦ୍ଵୀପ ଗସ୍ତରେ ଯାଇ ସର୍ବୋଚ୍ଚ ସମ୍ମାନ ପାଇଥିଲେ ପ୍ରଧାନମନ୍ତ୍ରୀ । ଶ୍ରୀଲଙ୍କା ଗସ୍ତ ଶେଷ ହେବା ପରେ ମୋଦୀ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିବେ । ସେ ଆଜି ସନ୍ଧ୍ୟାରେ ତିରୁପତିର ଭେଙ୍କଟେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.