Odisha Link
Bridging the Missing Links in Odisha

ପୂର୍ବଭଳି ମୋଦୀଙ୍କ ସହ ଭଲ ସମ୍ପର୍କ ଅଛି: ନୀତିଶ କୁମାର

ପାଟନା: ଜାତୀୟ ରାଜନୀିତ ସଦାବେଳେ ସରଗରମ। କେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯୋର ଚର୍ଚ୍ଚା ଚାଲୁଛିତ ଆଉ କେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା। ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାକୁ ନେଇ ମୁହଁ ଖୋଲିଛନ୍ତି ନୀତିଶ କୁମାର| କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନୀତିଶ ଏହାକୁ ଅସ୍ୱୀକାର କରିଛନ୍ତି| ନୀତିଶ କହିଛନ୍ତି ଯେ ଜନତା ଦଳ ୟୁନାଇଟେଡ଼ ବା ଜେଡିୟୁ ଓ ବିଜେପି ମଧ୍ୟରେ କୌଣସି ପ୍ରକାରର ମତଭେଦ ନାହିଁ | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୂର୍ବରୁ ଯେଭଳି ସମ୍ପର୍କ ଥିଲା ଏବେ ବି ସେଭଳି ସମ୍ପର୍କ ଥିବାର ନୀତିଶ କହିଛନ୍ତି|ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନୀତିଶ। ସେ କହିଛନ୍ତି ଯେ ନିର୍ବାଚନ ସମୟରେ ବିରୋଧୀ ତାଙ୍କ ବିରୋଧରେ ବହୁତ କିଛି କହିଲେ , ଯାହାକୁ ଜନତା ଉଚିତ୍‌ ଜବାବ ଦେଇଛନ୍ତି | ଆହୁରି ମଧ୍ୟ ନୀତିଶ କହିଛନ୍ତି ଯେ ମନ୍ତ୍ରିମଣ୍ଡଳରେ ସାମିଲ ନହେବା ନେଇ କୌଣସି ଭ୍ରମ ସୃଷ୍ଟି କରିବାର ଆବଶ୍ୟକତା ନାହିଁ| ଏହାକୁ ନେଇ କୌଣସି ଅସନ୍ତୋଷ ନାହିଁ ବୋଲି ନୀତିଶ ସ୍ପଷ୍ଟ କରିଛନ୍ତି | ବିଜେପି ପକ୍ଷରୁ ମନ୍ତ୍ରୀପଦ ନେଇ ବାରମ୍ବାର କୁହାଯାଇଥିଲେ ବି ସେ ନିଜେ ମନା କରିଥିବାର କଥା ମଧ୍ୟ କହିଛନ୍ତି ନୀତିଶ।

Comments are closed.