Odisha Link
Bridging the Missing Links in Odisha

ରଥଯାତ୍ରା ସିଧା ପ୍ରସାରଣ ମାମଲା: ବିଡ଼ିଂରେ ଭାଗ ନେଲେ ୭ଟି ଟିଭି ଚ୍ୟାନେଲ

ପୁରୀ: ପ୍ରତିବର୍ଷ ପରି ଚଳିତ ବର୍ଷ ରଥଯାତ୍ରା ସବୁ ଟେଲିଭିଜନ ଚ୍ୟାନେଲରେ ଦେଖିପାରିବେ ନାହିଁ ଦର୍ଶକ। କାରଣ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଚଳିତବର୍ଷ ରଥଯାତ୍ରାରେ କୌଣସି ଟିଭି ଚ୍ୟାନେଲ ସିଧା ପ୍ରସାରଣ କରିପାରି ବେ ନାହିଁ ବୋଲି ନୋଟିସ୍‌ ଦେଇଥିଲେ। ଏହିକ୍ରମରେ ଆଜି ରଥଯାତ୍ରା ସିଧାପ୍ରସାରଣ ନିମନ୍ତେ ବିଡ଼ିଂ ଶେଷ ମଧ୍ୟ ହୋଇଯାଇଛି । କାଲି ଶ୍ରୀମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ସେହି ବିଡ଼ିଂ ଜରିଆରେ ୭ଟି ଟିଭି ଚ୍ୟାନେଲ ଭାଗ ନେଇଥିବା ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ ପୁରୀ ରଥଯାତ୍ରାରେ ସିଧା ପ୍ରସାରଣ ଟିଭି ଚ୍ୟାନେଲ ମାନେ କରନ୍ତି । କିନ୍ତୁ ଚଳିତବର୍ଷ ରଥଯାତ୍ରାରେ କୌଣସି ଟିଭି ଚ୍ୟାନେଲ ସିଧା ପ୍ରସାରଣ କରିପାରି ବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଏକ ନୋଟିସ କରିଛନ୍ତି । ନୋଟିସରେ ଉଲ୍ଲେଖ ଅଛି ଯେ ଗୋଟେ ଟିଭି ଚ୍ୟାନେଲକୁ ସିଧାପ୍ରସାରଣ କରିବାକୁ ଅନୁମତି ମିଳିବ । ତେଣୁ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ବିଡ଼ିଂ ମଗାଯାଇଥିଲା । ବିଡ଼ିଂ ଜରିଆରେ ଜରିଆରେ ଗୋଟିଏ ଚ୍ୟାନେଲକୁ ସିଧାପ୍ରସାରଣ କରିବାକୁ ମିଳିବ । ସ୍ନାନ ପୂର୍ଣ୍ଣିମା ଠାର ଆରମ୍ଭ କରି ନିଳାଦ୍ରିବିଜେ ଯାଏଁ । ଯେଉଁ ସଂସ୍ଥା ଅଧିକ ଟଙ୍କା ଦେବ ତାକୁ ରଥଯାତ୍ରା ସିଧାପ୍ରସାରଣ କରିବାକୁ ଅଧବକାର ମିଳିବ ।

Comments are closed.