Odisha Link
Bridging the Missing Links in Odisha

୯ ଦିନ ପରେ ମିଳିଲା ଏନ-୩୨ ବିମାନର ଭଗ୍ନାଂଶ

ନୂଆଦିଲ୍ଲୀ: ୯ ଦିନ ପରେ ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର କିଛି ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ ଦେଖିବାକୁ ପାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ଭାରତୀୟ ବାୟୁସେନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ରହିଛି। ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନରେ ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ୨ଟି ଏମଆଇ-୧୭ ବିମାନ, ଇସ୍ରୋ ସାଟେଲାଇଟ୍ ନିୟୋଜିତ ହୋଇଛନ୍ତି।

Comments are closed.