Odisha Link
Bridging the Missing Links in Odisha

ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର  :  ଭୁବନେଶ୍ବର ଶିଶୁପାଳଗଡର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡିଛି। ​‌ସେ ନିଜର ଜଣେ ସମ୍ପକୀୟଙ୍କ ଘରେ ରହି ପାଠ ପଢୁଥିଲେ। ମଙ୍ଗଳବାର ସକାଳେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହାକୁ ନେଇ ଛାତ୍ରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.