Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ: ରାଷ୍ଟ୍ରପତିଙ୍କୁ କଣ କହିଲେ ନବୀନ ଜାଣନ୍ତୁ….

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ତାଣ୍ଡବ ରଚିଯାଇଥିବା ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟ ସରକାର ଫୋନି ମୁକାବିଲା ଲାଗି ଦେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ସୂଚିତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବାତ୍ୟା ‘ଫୋନି’ରେ କ୍ଷୟକ୍ଷତି ହୋଇଥିବା ଓଡ଼ିଶାକୁ କ୍ଷତିପୂରଣ ଦାବି କରିଥିଲେ । ୫୦୦୦କୋଟି ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏହି ଆଲୋଚନା ପ୍ରାୟ ୨୦ ମିନିଟ ଧରି ଚାଲିଥିଲା ଯେଉଁଥିରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ମଧ୍ୟ ଦାବି ଜଣାଇଛନ୍ତି।

Comments are closed.