Odisha Link
Bridging the Missing Links in Odisha

ରଥଯାତ୍ରା ସିଧା ପ୍ରସାରଣ ସବୁ ଚ୍ୟାନେଲ କରିବେ

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ରଥଯାତ୍ରା ସିଧା ପ୍ରସାରଣ ସିଦ୍ଧାନ୍ତ ବାହାରିଛି । ସବୁ ଚ୍ୟାନେଲ ରଥ ଯାତ୍ରା ପ୍ରସାରଣ କରି ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦୁଇ ଦିନ ମଧ୍ୟରେ ସବୁ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା କରାଯିବାର ବ୍ୟବସ୍ଥା କରାଯାଇଛି । ଚ୍ୟାନେଲ ମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ ବୋଲି ଜଣା ପଡିଛି । ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରିବିଜେର ସିଧାପ୍ରସାରଣ ସବୁ ଚ୍ୟାନେଲ କରି ପାରିବେ ।

Comments are closed.