Odisha Link
Bridging the Missing Links in Odisha

ପାକିସ୍ତାନ ଆକାଶରେ ଉଡ଼ିବ ନାହିଁ ନମୋଙ୍କ ବିମାନ: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାକିସ୍ତାନ ଆକାଶପଥରେ ଉଡ଼ିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ କିର୍ଗିଜସ୍ତାନର ବିଶକେକ ଯିବେ ନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକ-ଆକାଶ ପଥ ଦେଇ ନେଇଯିବାର ବିଚାର କରାଯାଇଥିଲା, କିନ୍ତୁ ଏବେ ନିଷ୍ପତ୍ତି ବଦଳାଇଛି ବୈଦେଶିକ ମନ୍ତ୍ରାଳୟ। ତେବେ ଜୁନ୍‌ ୧୩-୧୪ରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜସ୍ତାନର ରାଜଧାନୀ ବିଶକେକ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖବର ଥିଲା କି ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏୟାରରୁଟ ବ୍ୟବହାର କରିବେ, ଏଥିଲାଗି ଇମରାନ୍‌ ଖାନ୍‌ଙ୍କ ସରକାର ଅନୁମତି ମଧ୍ୟ ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇଛି ସୂଚନା ମିଳିଛି।
ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତାଙ୍କ ମୁତାବକ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଓମାନ, ଇରାନ୍‌ ଓ ମଧ୍ୟ ଏସିଆ ଦେଶର ଆକାଶପଥ ହୋଇ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ପହଞ୍ଚିବ। ଏହା ପାଇଁ ପ୍ରସ୍ତୁତି ବି କରାଯାଇ ସାରିଲାଣି ବୋଲି ସୂଚନା ମିଳିଛି। ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ସାମିଲ ହେବେ।

 

Comments are closed.