Odisha Link
Bridging the Missing Links in Odisha

ମନ୍ତ୍ରପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ସଚିବାଳୟ, ଜାଣନ୍ତୁ କାରଣ କଣ…

ଭୁବନେଶ୍ୱର : ହୋମଯଜ୍ଞ ସହ ମନ୍ତ୍ର ପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ସଚିବାଳୟ । ଏ କଥା ଆପଣଙ୍କୁ ଅଲଗା ଲାଗୁଥାଇପାରେ କିନ୍ତୁ ଏ କଥା ସତ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନେ ସଚିବାଳୟରେ କରୁଛନ୍ତି ପୂଜାର୍ଚନା। ଯାହାଫଳରେ ପ୍ରାୟ ମନ୍ତ୍ରୀଙ୍କ ଚ୍ୟାମ୍ବର ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି । ନୂଆକରି ମନ୍ତ୍ରୀ ହୋଇଥିବା ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ହୋମଯଜ୍ଞ କରି ପୂଜାପାଠ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଚିବାଳୟରେ ଗ୍ରହଶାନ୍ତି ପୂଜା କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ପତ୍ନୀଙ୍କ ସହ ସଚିବାଳୟରେ ନିଜ ବିଭାଗ କାର୍ଯ୍ୟାଳୟ ପରିସରରେ ପୂଜା ପାଠ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ପୂଜାରେ ଉଭୟ ସୁଦାମ ମାରାଣ୍ଡି ଓ ତାଙ୍କ ପତ୍ନୀ ବସିଥିବାର ଦେଖାଯାଇଛି । କାର୍ଯ୍ୟରେ ସାମିଲ ହେବା ପୂର୍ବରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଏହି ୨ମନ୍ତ୍ରୀ ଗୃହ ଭିତରକୁ ପ୍ରବେଶ କରିଛନ୍ତି । ଗତ ୨୯ତାରିଖରେ ମନ୍ତ୍ରୀମାନେ ଶପଥ ନେଇଥିଲେ । କିନ୍ତୁ ଚ୍ୟାମ୍ବର ମିଳିବାରେ କିଛିଟା ବିଳମ୍ବ ହୋଇଥିଲା । ତେବେ ହିନ୍ଦୁ ପରମ୍ପରା ଓ ରୀତିନୀତି ଅନୁସାରେ ଗୃହ ପ୍ରବେଶ ପୂର୍ବରୁ ପୂଜାର୍ଚ୍ଚନା କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହା ପୂର୍ବରୁ ମଧ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ନିଜ ଚ୍ୟାମ୍ବରରେ ପୂଜାପାଠ କରି ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା ।

Comments are closed.