Odisha Link
Bridging the Missing Links in Odisha

ଆହୁରି ତିନି ଦିନ ଜଳିବ ଅର୍ଦ୍ଧାଧିକ ଓଡ଼ିଶା

ଭୁବନେଶ୍ୱର: ଆଜି ଦିନ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଆସନ୍ତା ୩ ଦିନ ଅର୍ଦ୍ଧାଧିକ ଓଡ଼ିଶା ତାତିରେ ଜଳିବ । କାରଣ ୧୭ଟି ଜିଲ୍ଲାରେ ଆଜି ଠାରୁ ୩ ଦିନ ଯାଏଁ ହିଟୱେଭ କଣ୍ଡିସନ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରେ ହିଟୱେଭ କଣ୍ଡିସନ ଜାରି କରାଯାଇଛି। ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ଣ ପ୍ରବାହ ଜାରି ରହିବ । ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ତାପମାତ୍ରା ୪୫ ଟପିବା ଆଶଙ୍କା ରହିଛି ।

Comments are closed.