Odisha Link
Bridging the Missing Links in Odisha

୧୭ କିମ୍ବା ୧୮ରେ +୨ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର : +୨ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଆସନ୍ତା ୧୭ ତାରିଖ କିମ୍ବା ୧୮ ତାରିଖରେ +୨ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରାଜ୍ୟରେ ମୋଟ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି ପରୀକ୍ଷା ଦେଇଥିଲେ । ମେ ୧୦ ସୁଦ୍ଧା ଖାତା ମୂଲ୍ୟାୟନ ସରିଛି । ଜୁନ ୦୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଚଳିତ ମାସ ୧୪,୧୫,୧୬ ରଜ ଥିବାରୁ ୧୭ ଓ ୧୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Comments are closed.