Odisha Link
Bridging the Missing Links in Odisha

ତିନ୍‌ ତଲାକ ବିଲ୍‌ ପ୍ରସଙ୍ଗ: କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନ୍‌ ତଲାକ ବିଲ ଏଥରର ସଂସଦ ଅଧିବେଶନରେ ଆସିପାରେ। କାରଣ ସରକାର ଏହି ବିଲକୁ ଆଜି(ବୁଧବାର)ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି। ଏହାସହ ସେ କହିଛନ୍ତି ଯେ, ଏଥର ରାଜ୍ୟସଭାରେ ବି ଏହି ବିଲକୁ ସଦସ୍ୟମାନେ ସମର୍ଥନ କରିବେ ବୋଲି ଆଶା ଓ ବିଶ୍ବାସ ଅଛି। ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ବିଲକୁ ପୁଣି ସଂସଦରେ ଉପସ୍ଥାପନ ଲାଗି ନିଷ୍ପତ୍ତି ନିଆଯାଇଛି। ଜୁନ ୧୭ରୁ ଆରମ୍ଭ ହେଉଥିବା ୧୭ ତମ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଏହି ବିଲକୁ ଉପସ୍ଥାପନ କରାଯିବ ବୋଲି ବିଶେଷ ସୁତ୍ରୁ ପ୍ରକାଶ ପାଇଛି। ଏଠାରେ ସୂଚନା ଥାଉ କି ଗତ ୧୬ ତମ ଲୋକସଭା ଭଙ୍ଗ ହେବା ସହ ଏହି ବିଲର ସମୟ ଅବଧି ମଧ୍ୟ ସରିଯାଇଥିଲା। କାରଣ ଏହି ବିଲ ସଂସଦରେ ପାରିତ ହୋଇପାରି ନ ଥିଲା। ରାଜ୍ୟସଭାରେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ବହୁମତ ନ ଥିଲା, ଯାହାଫଳରେ ବିରୋଧୀ ଏହି ବିଲକୁ ଅଟକାଇଦେବାରେ ସଫଳ ହୋଇଥିଲେ। ଆଗାମୀ ଦିନରେ ତିନ୍‌ ତଲାକ ବିଲ ମଞ୍ଜୁରି ପାଉଛି ନା ପୂର୍ବପରି ଅଟକିଯିବ ତାହା ଦେଖିବାକୁ ବାକି ରହିଲା ବୋଲି ରାଜନୈତିକ ବିଶାରଦ ମାନେ କହିଛନ୍ତି।

Comments are closed.