Odisha Link
Bridging the Missing Links in Odisha

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନରେ ଥିବା ସମସ୍ତ ସେନା ସହିଦ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏଏନ୍‌-୩୨ ବିମାନ। ସେହି ବିମାନରେ ଥିବା କୌଣସି ବ୍ୟକ୍ତି ବଞ୍ଚି ନାହାନ୍ତି ବୋଲି ଆଜି ଭାରତୀୟ ବାୟୁସେନା ନିଶ୍ଚିତ କରିଛି। ଏଡି ବୀମାନରେ ଥିଲେ ବାୟୁସେନା ପର୍ବତାରୋହୀଙ୍କ ମଧ୍ୟରୁ ନଅ ଜଣ, ସେନାରୁ ଚାରି ଜଣ ଏବଂ ଦୁଇ ଜଣ ବେସାମରିକ ପର୍ବତାରୋହଣକାରୀ ଥିବାର ସୂଚନା ମିଳିଛି। ଖରାପ ପାଗ ଏବଂ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାରକାରୀ ଦଳ ବୁଧବାର ସନ୍ଧ୍ୟାବେଳେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ସମସ୍ତ ୧୩ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।

ଦୁର୍ଘଟଣାସ୍ଥଳର ଫଟୋଚିତ୍ରରୁ ଅନୁମାନ କରାଯାଉଛି କି, ବିମାନଟି ପାହାଡ଼ ଅତିକ୍ରମ କରିଯିବା ଉପରେ ଥିଲା, କିନ୍ତୁ ପାରି ନ ଥିଲା। ବୋଧହୁଏ ବାଦଲ ଯୋଗୁଁ ଦୃଶ୍ୟତା ଅବରୋଧ ହୋଇଯାଇଥିଲା।ଧ୍ୱଂସ ବିମାନଟିର ବ୍ଲାକ୍‌ ବକ୍ସ୍‍ ଏବଂ ସିଭିଆର୍‌ ଖୋଜା ଚାଲିଛି ବୋଲି ବାୟୁସେନା ମୁଖପାତ୍ର ଉଇଙ୍ଗ୍‌ କମାଣ୍ଡର୍‌ ରତ୍ନାକର ସିହ କହିଛନ୍ତି। ସହିଦ ମାନେ ହେଲେ, ଜିଏମ୍‌ ଚାର୍ଲସ୍, ଏଚ୍‌ ବିନୋଦ, ଆର ଥପ୍ପା, ଏ ତନଓ୍ବର, ଏସ୍‌ ମହାନ୍ତି, ଏମକେ ଗାର୍ଗ, କେକେ ମିଶ୍ର, ଅନୂପ କୁମାର, ସେରିନ୍‌, ଏସ୍‌ କେ ସିଙ୍ଗ, ପଙ୍କଜ, ରାଜେଶ କୁମାର ଏବଂ ପୁଟାଲି ।

Comments are closed.