Odisha Link
Bridging the Missing Links in Odisha

ଓଡ଼ିଆ ପାଇଲଟଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ବାୟୁ ସେନାର ଏଏନ୍ -୩୨ ବିମାନ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ବିୟୋଗ ହୋଇଛି। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ପରିବାରକୁ ମଧ୍ୟ ଗଭୀର ସମାବେଦନା ଜଣାଇବା ସହ ସୁନୀତଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଆ ପାଇଲଟ ସୁନୀତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର।

Comments are closed.