Odisha Link
Bridging the Missing Links in Odisha

ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ ଶେଷ: କେଉଁ ପ୍ରସଙ୍ଗରେ ହେଲା ଆଲୋଚନା ଜାଣନ୍ତୁ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ଆୟୋଜିତ ହୋଇଥିଲା ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତିପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ଓ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରମାନେ ଉପସ୍ଥିତ ଥିଲେ । ବୈଠକରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ ବୈଠକରେ ଆଲୋଚନା କରାଯାଇଛି । ରାଜ୍ୟର ଜଙ୍ଗଳଗୁନିକରେ ଥିବା ଫାସିକାଠର ପରିମାଣ ଆକଳନ ହେବ । ୩ମାସ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ଝାଡ଼ାବାନ୍ତିର ଆଶଙ୍କା ଥିବାରୁ ଆଗୁଆ ସ୍ୱାସ୍ଥ୍ୟ ଟିମ ଆସିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜୁନ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ । ବାତ୍ୟା ପରେ ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାର ୨୫ସୁଦ୍ଧା ଶେଷ ହେବ । ଏବର୍ଷ ରଥଯାତ୍ରାରେ ପୁରୀକୁ ୧୯୨ଟି ଟ୍ରେନ ଚାଲିବ ତା ସହ ଜୁନ ସୁଦ୍ଧା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମରାମତି କାର୍ଯ୍ୟ ସରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ଉତ୍ତରା ଛକରୁ ବେଆଇନ ଦୋକାନକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରା ବେଳେ ପୁରୀକୁ ଅଧିକ ୨୦୦ଟି ବସ୍ ଚାଲିବ । ଯାନବାହନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୭ଟି ପାର୍କିଂ ସ୍ଥଳ କରାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କେନ୍ଦ୍ରାଞ୍ଚଳ RDC, IG ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Comments are closed.