Odisha Link
Bridging the Missing Links in Odisha

ଚାକିରୀଆଙ୍କ ପାଇଁ ପିଏଚଡି ପାଠ୍ୟକ୍ରମ ଆରମ୍ଭ କଲା ଏନଆଇଟି ରାଉରକେଲା

ରାଉରକେଲା: ଆପଣ ନିଜ କର୍ମମୟ ଜୀବନରେ ବ୍ୟସ୍ତ ଅଛନ୍ତି କି ? ନିଜର ପେଶାଦାର ଜୀବନରେ ଉନ୍ନତି କରିବାକୁ ଚାଁହୁଛନ୍ତି କି ? ସେଥିପାଇଁ ଆପଣଙ୍କୁ କିଛି ଭିନ୍ନ କୋର୍ସ କରିବାକୁ ପଡିପାରେ|ଯେମିତିକି ପିଏଚଡି ହେଉ ବା ଏମବିଏ କରିବା ଦ୍ୱାରା ବଢିପାରେ ଆପଣଙ୍କ ଖ୍ୟାତି | ତେବେ ଡେରି କାହିଁକି, ରାଉରକେଲାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏନଆଇଟି ଚାକିରୀରେ ବ୍ୟସ୍ତ ଥିବା କର୍ମଜୀବୀଙ୍କ ପାଇଁ ଆରମ୍ଭ କରିଛି ତିନିଟି ଭିନ୍ନ ଭିନ୍ନ କୋର୍ସ | ଅନ୍ୟ ଶିକ୍ଷାନୁଷ୍ଠାନ ଅପେକ୍ଷା ବେଶ କମ୍ ମୂଲ୍ୟରେ ଏହି କୋର୍ସ ଆପଣ କରିପାରିବେ | ଜାଣନ୍ତୁ କେଉଁ କେଉଁ ପାଠ୍ୟକ୍ରମ ସାମିଲ ହୋଇଛି |
ଏକଜୁକ୍ୟୁଟିଭ ପିଏଚ.ଡି
କୋର୍ସ ଅବଧି: ୬ ବର୍ଷ, କୋର୍ସ ଫି: ୩୭୩୫୦୦ ଟଙ୍କା
ପାର୍ଟଟାଇମ ଏମ.ଟେକ
କୋର୍ସ ଅବଧି: ୩ ବର୍ଷ, କୋର୍ସ ଫି: ୫୭୩୫୦୦ ଟଙ୍କା
ପାର୍ଟଟାଇମ ଏମ.ବି.ଏ
କୋର୍ସ ଅବଧି: ୩ ବର୍ଷ, କୋର୍ସ ଫି: ୬୩୩୫୦୦ ଟଙ୍କା
ଏହି ପାଠ୍ୟକ୍ରମକୁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି | ପାଠ୍ୟକ୍ରମ ପାଇଁ ଶିକ୍ଷାଦାନ ସନ୍ଧ୍ୟା ସମୟରେ ହେବାକୁ ଥିବାବେଳେ ଚଳିତବର୍ଷ ଜୁନ ୧୧ ତାରିଖରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଆବେଦନ କରିହେବ | ସେହିପରି ଜୁଲାଇ ୨୬ ତାରିଖରୁ ୩୧ ଜୁଲାଇ ମଧ୍ୟରେ ଆଡ଼ମିସନ ହେବ ବୋଲି ଏନଆଇଟି ରାଉରକେଲା ପକ୍ଷରୁ ସୂଚନା ଦିଆଯାଇଛି|ଅଧିକ ଜାଣିବା ପାଇଁ ଏନଆଇଟିର ଓ୍ବେବସାଇଟ୍‌ ଦେଖିପାରନ୍ତି।

Comments are closed.