Odisha Link
Bridging the Missing Links in Odisha

ଧର୍ମଘଟରେ ଥିବା କନିଷ୍ଠ ଡାକ୍ତରଙ୍କୁ ଚେନାବନୀ ଦେଲେ ମମତା, ୪ ଘଣ୍ଟାରେ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଲେ

କୋଲକାତା: କୋଲକାତାରେ କନିଷ୍ଠ ଡାକ୍ତରଙ୍କ ଧର୍ମଘଟର ଆଜି ତୃତୀୟ ଦିନରେ ପହଁଞ୍ଚିଛି। ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଲହୁ ଲୁହାଣ ହେବା ପରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିଲେ ଧର୍ମଘଟ। ଗୁରୁବାର ଦିନ କୋଲକାତାସ୍ଥିତ ଏସଏସକେଏମ ହସ୍ପିଟାଲ ପରିଦର୍ଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇଥିଲେ। ମମତାଙ୍କୁ ଦେଖି ଧାରଣାରେ ବସିଥିବା କନିଷ୍ଠ ଡାକ୍ତର ମାନେ ଆମେ ନ୍ୟାୟ ଚାହୁଁ ବୋଲି ଚିତ୍କାର କରିଥିଲେ। ମମତା ଉତ୍ୟକ୍ତ ହୋଇ ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅ ବୋଲି ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଆଦେଶ ନ ମାନିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି। ଏହାସହ ପ୍ରତି ଡାକ୍ତରଙ୍କ ପିଛା ରାଜ୍ୟ ୨୫ ଲକ୍ଷ ଟଙ୍କା ବ୍ୟୟ କରିଛି ଆଉ ସେମାନେ ଏବେ କାମ ଏଡ଼ାଉଛନ୍ତି। ଏ କଥା ବରଦାସ୍ତ କରି ହେବ ନାହିଁ। ସେମାନେ ଡାକ୍ତର ତ!ବୋଲି ମମତା କହିଛନ୍ତି।

Comments are closed.