Odisha Link
Bridging the Missing Links in Odisha

ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କଲେ ବିଗ୍ ବି ଅମିତାଭ ବଚ୍ଚନ

ମୁମ୍ବାଇ : ବଲିଉଡ ସହିଂସା ଭାବେ ପରିଚିତ ଅମିତାଭ ବଚ୍ଚନ ପୁଣିଥରେ ଚାଷୀଙ୍କୁ ସାହାଯ୍ୟ କରି ନିଜ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ଅମିତାଭ ଏଥର ବିହାରର ୨୧୦୦ ଚାଷୀଙ୍କ ଋଣ ପରିଶୋଧ କରିଛନ୍ତି । ଏକ ବ୍ଲଗ ଲେଖି ସେ ଏ ସମ୍ପର୍କରେ ସୂଚନ ଦେଇଛନ୍ତି ।
ସେ ଲେଖିଛନ୍ତି ଯେ, ସେ ନିଜ ପ୍ରତିଶୃତି ରକ୍ଷା କରିଛନ୍ତି ।ବିହାରର ଯେଉଁ ଚାଷୀମାନଙ୍କ ଋଣ ବାକି ଥିଲା ସେମାନଙ୍କ ମଧ୍ୟରୁ ୨୧୦୦ ଚାଷୀଙ୍କ ଓଟିଏସ ସହ ଋଣ ପରିଶୋଧ କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଚାଷୀଙ୍କୁ ଅମିତାଭଙ୍କ ବଙ୍ଗଳାକୁ ଡକାଯାଇଥିଲା । ବ୍ୟକ୍ତିଗତ ଭାବେ ଅଭିଷେକ ବଚ୍ଚନ ଓ ଶ୍ୱେତା ନିଜ ହାତରେ ଚାଷୀଙ୍କୁ ଋଣ ପରିଶୋଧର କାଗଜ ଦେଇଥିଲେ । ଏହା ପୂର୍ବରୁ ଅମିତାଭ ଏକ ବ୍ଲଗ ଲେଖିଥିଲେ ଯେ, ଯେଉଁ ଚାଷୀମାନେ ନିଜ ଋଣ ପରିଶୋଧ କରିବା ପାଇଁ ଅସମର୍ଥ ସେମାନଙ୍କ ପାଇଁ ଏକ ଉପହାର ଅଛି । ସେହି ଚାଷୀ ବିହାରର ବୋଲି ସେ କହିଥିଲେ । ଗତବର୍ଷ ଅମିତାଭ ଉତ୍ତର ପ୍ରଦେଶର ହଜାର ହଜାର ଚାଷୀଙ୍କ ଋଣ ପରିଶୋଧ କରି ଚାଷୀଙ୍କୁ ସାହାଯ୍ୟ କରିଥିଲେ । ୭୬ ବର୍ଷ ବୟସ୍କ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନ ଲେଖିଥିଲେ ଯେ, ସେ ଆଉ ଏକ ପ୍ରତିଶୃତି ପୁରା କରିଛନ୍ତି । ମହାରାଷ୍ଟ୍ରର ୩୫୦ ଚାଷୀଙ୍କ ଋଣ ମଧ୍ୟ ପରିଶୋଧ କରିଥିଲେ ଅମିତାଭ ।

Comments are closed.