Odisha Link
Bridging the Missing Links in Odisha

ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଯାଇ ହାତରେ ଫୁଟିଗଲା ବୋମା

ଦିଗପହଣ୍ଡି : କଥାରେ ଅଛି ଯିଏ ଅନ୍ୟର ଅମଙ୍ଗଳ ପାଞ୍ଚେ ତା ନିଜର ହିଁ କ୍ଷତି ହୁଏ। ଠିକ୍‌ ସେମିତି ଜଣେ ଯୁବକ ସାମାନ୍ୟ ଗଣ୍ଡେଗୋଳରୁ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ହାତରେ ବୋମା ଫୁଟିଗଲା । ଘଟଣା ଘଟିଛି ଦିଗପହଣ୍ଡି ଥାନା ବନ୍ଥାପଲ୍ଲୀ ଅଞ୍ଚଳରେ । ବୋମା ଫୁଟି ଚେରୁ ଗଉଡ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ ଗତକାଲି ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଚେରୁ ଗଉଡଙ୍କ ସହ ମଦ ପିଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଚେରୁ ଗଉଡ ଉତକ୍ଷୀପ୍ତ ହୋଇ ସରପଞ୍ଚ ଙ୍କୁ ଆକ୍ରମଣ କରିବା ପାଇଁ ବୋମା ଧରି ଆସିଥିଲା । ହେଲେ ସରପଞ୍ଚ ପ୍ରଶାନ୍ତ ଚେରୁକୁ ଦେଖି ଧାଇଁ ଥିଲେ ।ଖବର ପାଇ ଗାଁ ଲୋକେ ଡେଙ୍ଗା ବାଡ଼ି ଧରି ଚେରୁକୁ ଗୋଡ଼ାଇ ଥିଲେ । ଚେରୁ ମଦ୍ୟପାନ କରିଥିବାରୁ ଧାଇଁ ଧାଇଁ ଯାଇ ରାସ୍ତା କଡରେ ଥିବା ଏକ ଖାଲରେ ପଡି ଯାଇଥିଲା । ଏହି ସମୟରେ ଚେରୁ ଧରିଥିବା ବୋମା ତା ହାତରେ ଫୁଟି ଯାଇଥିଲା । ଫଳରେ ଚେରୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଚଣାର ତଦନ୍ତ କରୁଛି ।

Comments are closed.