Odisha Link
Bridging the Missing Links in Odisha

FIH ପୁରୁଷ ହକି: ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇ ଭାରତ ଚାମ୍ପିଆନ୍, ମନପ୍ରିତ ସିଂହ ଶ୍ରେଷ୍ଠ ଖେଳାଳୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା FIH ପୁରୁଷ ହକି ସିରିଜରେ ଭାରତ ଚମ୍ପିଆନ ହୋଇଛି। ଫାଇନାଲ ମୁକାବିଲାରେ ଭାରତ ଟିମ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଦକ୍ଷିଣ-ଆଫ୍ରିକାକୁ ୫-୧ ଗୋଲରେ ହରାଇଛି।ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। ସେହିପରି ଆଫ୍ରିକା ପକ୍ଷରୁ ରିଚାର୍ଡ ପୋଜ ଗୋଟିଏ ଗୋଲ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚରେ ଭାରତ ହାରିନି । ମନପ୍ରିତ ସିଂଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ମିଳିଛି । ବିବେକ ପ୍ରସାଦଙ୍କୁ ବେଷ୍ଟ ଜୁନିଅର ପ୍ଲେୟାର ମିଳିଛି ।ଉଭୟ ଟିମ ପୂର୍ବରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଆମେରିକାକୁ ୨-୪ ଗୋଲରେ ହରାଇ ତୃତୀୟ ସ୍ଥାନରେ ଜାପାନ ରହିଛି। ସୂଚନାଯୋଗ୍ୟ, ୨୦୨୦ ଟୋକିଓ ଅଲମ୍ପିକ୍‌ କ୍ୟାଲିଫାୟାର ମ୍ୟାଚ୍‌ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି।

Comments are closed.