Odisha Link
Bridging the Missing Links in Odisha

୨ ରୁ ୩ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ଛୁଇଁବା ସମ୍ଭାବନା: ସ୍କାଏମେଟ

ଭୁବନେଶ୍ୱର : ପ୍ରବଳ ଖରା ସାଙ୍ଗକୁ ଗୁଳୁମୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଓଡ଼ିଶା ବାସୀ। କିନ୍ତୁ ରଜରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ମିଳିଛି। କାରଣ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ। ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ। ମୌସୁମୀ ଆସିବା ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ସ୍କାଏମେଟ କହିଛି। ଓଡ଼ିଶାରେ ଗତ ଦୁଇ ଦିନ ଧରେ କେତେକ ସ୍ଥାନରେ ବର୍ଷା ହୋଇଥିବାର ସୂଚନା ମିଳଳିଛି। ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିଛି। ଭାରତର ଦକ୍ଷିଣ-ପଶ୍ଚିମ ଦିଗରୁ ଆସୁଥିବା ମୌସୁମୀ ବାୟୁ ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ଦକ୍ଷିଣ-ଉପକୂଳ ଅଞ୍ଚଳକୁ ଛୁଇଁବ ଓ ଧୀରେ ଧୀରେ ସମଗ୍ର ଓଡ଼ିଶାକୁ ଛୁଇଁବ। ଏହାଛଡା ଓଡ଼ିଶା ଉପରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ ତାହାଯୋଗୁଁ ମଧ୍ୟ ବର୍ଷା ପରିମାଣ ବଢିବ। ମୌସୁମୀ ଆସିବା ପରେ ପରବର୍ତ୍ତି ୨-୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ, କିନ୍ତୁ ପରେ ବର୍ଷା ପରିମାଣ ସାମାନ୍ୟ କମିବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି।

Comments are closed.